ଝିଅ ମାଳତି ସହ ଆନିମଲ ପାର୍କରେ ଏଞ୍ଜୟ କରୁଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କର ଭଳ ମାତାପିତା। ଗତବର୍ଷ ଜାନୁୟାରୀରେ ଏହି ଯୋଡି ମାଳତିଙ୍କୁ ସ୍ବାଗତ କରିଥିଲେ। ଆଉ ଏମାନେ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କ ନହ୍ନି ପରି ମାଳତିଙ୍କ ଫଟୋ ଓ ଭିଡିଓ ସେୟାର କରି ଆସୁଛନ୍ତି। ପ୍ରିୟଙ୍କା ତାଙ୍କ ଝିଅ ସହ ବିତାଇଥିବା ମୂଲ୍ୟବାନ ସମୟର ଡକ୍ୟୁମେଣ୍ଟେସନ କରିବାକୁ ପସନ୍ଦ କରି ଥାଆନ୍ତି। ଶନିବାର ସକାଳେ ପିସି ତାଙ୍କ ଇନଷ୍ଟାଗ୍ରାମରେ ମାଳତିଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପ୍ରଶଂସକଙ୍କୁ ‘ଫାର୍ମ ଲାଇଫ’ର ଆନନ୍ଦ ନେଉଥିବା ଏକ ଝଲକ ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ପ୍ରିୟଙ୍କା ସେୟାର କରିଥିବା ଭିଡିଓରେ ପ୍ରିୟଙ୍କା ଚୋପ୍ରା ପ୍ରଥମେ ମାଳତିଙ୍କୁ ଧରି କ୍ଷେତରେ ବୁଲୁଥିବାର ନଜର ଆସିଛନ୍ତି। ଏହା ପରେ ପ୍ରିୟଙ୍କା ନଇଁ ପଡିଥିବା ବେଳେ ଏବଂ ତାଙ୍କ ପିଠିରେ ବସିବା ପାଇଁ ଗୋଟିଏ ଛେଳିକୁ ପ୍ରସ୍ତୁତ କରାଯାଉଥିବା ଦେଖାଯାଏ। କ୍ୱାଣ୍ଟିକୋ ଅଭିନେତ୍ରୀଙ୍କ ମୁହଁରେ ଖୁସି ଦେଖିବାକୁ ମିଳେ ଏବଂ ସେ ଫାର୍ମରେ ବହୁତ ଭଲ ସମୟ କଟାଇଥିବା ଅନୁଭବ କରାଯାଏ। ଏହି ସମୟରେ ପିସି ଏକ ଖାଲି ଧଳା ସାର୍ଟ ଏବଂ ବେଜ ପ୍ୟାଣ୍ଟ ଏବଂ ଏକ ନୀଳ ବେସବଲ କ୍ୟାପରେ ଦେଖାଯାଏ। ଏହା ପରେ ମାଲତି କ୍ଷେତରେ ଥିବା ପଶୁମାନଙ୍କୁ ଦେଖୁଥିବାର ଦେଖାଯାଏ। ସେ ଏକ ସୁନ୍ଦର ନୀଳ ଏବଂ ନାଲି ଫୁଲ ସ୍ଲିଭ ଜମ୍ପସୁଟ ପିନ୍ଧିଛନ୍ତି। ନିକ ଜୋନାସଙ୍କ ଭାଇ ଫ୍ରାଙ୍କଲିନ ଜୋନାସ ମଧ୍ୟ ତାଙ୍କ ସହ ନଜର ଆସିଥିଲେ ଏବଂ ଭିଡିଓରେ କିଛି ପକ୍ଷୀ ଧରିଥିବାର ନଜର ଆସିଛନ୍ତି।
ପ୍ରିୟଙ୍କା ଏଡି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ହମାରେ ପସନ୍ଦିତା ଚାଚା @franklinjonas ଙ୍କ ସହ ଖୁସି @kfar_saba_urban_farmରେ ଫାର୍ମ ଲାଇଫ ବହୁତ ମଜାଦାର। ମିସ ଲିମୋରେ, #ବକରିକୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri