ଅକ୍ଷୟ କୁମାରଙ୍କ ସହ ଏହି ଫଲ୍ମ କରିବା ପୂର୍ବରୁ ଖୁବ୍‌ କାନ୍ଦିଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ହେଉ କି ହଲିଉଡ୍‌ ସବୁଠି ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଛନ୍ତି। ପ୍ରିୟଙ୍କା ଫିଲ୍ମରେ ଲେଡି ଭିଲେନ ଭାବେ ଦର୍ଶକଙ୍କ ହୃଦୟ ବି ଜିତିଛନ୍ତି। କିନ୍ତୁ ଯେତେବେଳେ ଏକ ଫିଲ୍ମରେ ଲେଡି ଭିଲେନଙ୍କ ଭୂମିକା ମିଳିଲା, ସେତେବେଳେ ସେ ବହୁତ କାନ୍ଦିଥିଲେ। ଫିଲ୍ମ ନିର୍ମାତା ସୁନୀଲ ଦର୍ଶନ ଏହା ପ୍ରକାଶ କରିଛନ୍ତି। ସୁନୀଲ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ‘ଏତ୍‌ରାଜ’। ଯେଉଁଥିରେ ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, କରୀନା କପୁର ଏବଂ ଅମରେଶ ପୁରୀଙ୍କ ସହିତ ଅଭିନୟ କରିଥିଲେ।

ଯେତେବେଳେ ପ୍ରିୟଙ୍କାଙ୍କୁ ଏହି ଫିଲ୍ମର ଅଫର୍‌ ଦିଆଯାଇଥିଲା, ସେତେବେଳେ ସେ କାନ୍ଦିବାକୁ ଲାଗିଥିଲେ। କାରଣ ତାଙ୍କୁ ଲେଡି ଭିଲେନ ଭୂମିକା ଦିଆଯାଇଥିଲା। ସୁନୀଲ ଏକ ସାକ୍ଷାତକାରରେ କହିଛନ୍ତି, ଉଭୟ ଅକ୍ଷୟ ଏବଂ ପ୍ରିୟଙ୍କା ‘ଏତ୍‌ରାଜ’ ଫିଲ୍ମ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ଅକ୍ଷୟଙ୍କର ଆର୍ଥିକ ସମସ୍ୟା ଥିଲା, ତାଙ୍କୁ କହିଥିଲି ଏକ ଫିଲ୍ମରେ ଟିକିଏ ଅଧିକ କିମ୍ବା କମ୍‌ ଟଙ୍କା ଗୁରୁତ୍ୱପୂର୍ଣ୍ଣ। ପ୍ରକଳ୍ପ ବିଷୟରେ ଚିନ୍ତା କର।

ସେ ଆହୁରି କହିଛନ୍ତି, ମୁଁ ପ୍ରିୟଙ୍କାଙ୍କୁ ବହୁତ ବୁଝାଇଥିଲି। ତାଙ୍କର ଭୂମିକା ବିଷୟରେ କହିଥିଲି। ତାଙ୍କୁ ଏହା କରିବା ପାଇଁ ଚାପ ବି ପକାଇଥିଲି। ଶେଷରେ ପ୍ରିୟଙ୍କା ରାଜି ହୋଇଯାଇଥିଲେ। ଯାହା ପରେ ‘ଏତ୍‌ରାଜ’ରେ ଖୁବ୍‌ ସୁନ୍ଦର ଅଭିନୟ କରିଥିଲେ। ୨୦୦୪ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା। ଦର୍ଶକମାନେ ଫିଲ୍ମଟିକୁ ବେଶ୍‌ ପସନ୍ଦ କରିଥିଲେ।

Share