ପରିଣୀତିି-ରାଘବଙ୍କ ନିର୍ବନ୍ଧରେ ସାମିଲ ହେବେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପରିଣୀତିି ଚୋପ୍ରା ଏବଂ ରାଜନେତା ରାଘବ ଚଡ୍ଡା ଆଜିକାଲି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଉଭୟ ୧୩ ମେ’ରେ ରାଜକୀୟ ଶୌଳୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ପରିଣୀତିି-ରାଘବଙ୍କ ନିବନ୍ଧରେ ସାମିଲ ହେବାକୁ ପ୍ରିୟଙ୍କା ଚୋପ୍ରା କାମରୁ ବିରତି ନେଇ ଦିଲ୍ଲୀ ଆସିବେ। ଖବର ଅନୁଯାୟୀ, ପ୍ରିୟଙ୍କା ୧୩ ମେ’ ସକାଳେ ଦିଲ୍ଲୀ ଆସିବେ। ଏହି ସମୟରେ ତାଙ୍କ ସହିତ ସ୍ବାମୀ ନିକ ମଧ୍ୟ ଆସି ପାରନ୍ତି।

ଏଥି ସହିତ, ପୂର୍ବରୁ ପରିଣୀତିଙ୍କ ନିବନ୍ଧ ଆଉଟ୍‌ଫିଟକୁ ନେଇ ଖବର ସାମ୍ନାକୁ ଆସିଥିଲା। ପରିଣୀତିଙ୍କ ନିକଟ ସୂତ୍ରରୁ ଜଣାଯାଇଛି ଯେ ଅଭିନେତ୍ରୀ ତାଙ୍କ ନିବନ୍ଧରେ ପ୍ରସିଦ୍ଧ ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ପୋଷାକ ପିନ୍ଧିବାକୁ ଯାଉଛନ୍ତି। ଏଥିପାଇଁ ଅଭିନେତ୍ରୀ କିଛି ଦିନ ପୂର୍ବରୁ ମନୀଷ ମଲହୋତ୍ରାଙ୍କ ଘରେ ମଧ୍ୟ ନଜର ଆସିଥିଲେ।

Share