ରେସଲର ଜନ ସିନାଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମଜନ ପ୍ରାଇମରେ ନିଜର ସ୍ପାଇ ଥ୍ରିଲର ଓ୍ବେବ ସିରିଜ ‘ସିଡାଟେଲ’ ସହ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ଅଭିନେତ୍ରୀ ସିରିଜର ପ୍ରମୋଶନରେ ବିଜି ଅଛନ୍ତି। ଏପଟେ ଶୋ’ ରିଲିଜ ହେବା ପୂର୍ବରୁ ପ୍ରିୟଙ୍କା ଆମଜନ ଷ୍ଟୁଡିଓ ସହ ଆଉ ଏକ ଡିଲ କରିଛନ୍ତି। ଅଭିନେତ୍ରୀ ରେସଲର ଟର୍ନ ଆକ୍ଟର ଜନ ସିନା ଓ ଅଭିନେତା ଇଦରିସ ଏଲ୍ବାଙ୍କ ସହ ବଲିଉଡ ମୁଭି ‘ହେଡସ୍‌ ଅଫ ଷ୍ଟେଟ’ ସାଇନ କରିଛନ୍ତି।

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ସିନା ଟୁଇଟରରେ ଏକ ନୂଆ ଆର୍ଟିକଲ ଶେୟାର କରି ନିଜ ଫିଲ୍ମର ଆନାଉନ୍ସମେଣ୍ଟ କରିଛନ୍ତି। ଏହାସହ ସେ ଲେଖିଛନ୍ତି. ‘ଏମିତି ଡ୍ରିମ ଟିମ ଗଠନ କରିଥିବାରୁ ଆମଜନ ଷ୍ଟୁଡିଓକୁ ଧନ୍ୟବାଦ। ଇଦରିସ ଏଲ୍ବାଙ୍କ ସହ ହେଡ୍ସ ଅଫ ଷ୍ଟେଟରେ କାମ କରିବା ଓ ନ୍ୟୁଏଷ୍ଟ କାଷ୍ଟ ମେମ୍ବର, ଓ୍ବାର୍ଲଡ ଫେମଶ ପ୍ରିୟଙ୍କା ଚୋପ୍ରାଙ୍କୁ ଓ୍ବେଲକମ କରିବାକୁ ଏକ୍ସାଇଟେଡ ଅଛି।
ଜନ ସିନାଙ୍କ ଟୁଇଟର ଜବାବ ଦେଇ ପିସି ଲେଖିଛନ୍ତି, ଓ୍ବାର୍ମ ଓ୍ବେଲକମ ପାଇଁ ଧନ୍ୟବାଦ ଜନ ସିନା, ମୁଁ ସେଟକୁ ଯିବାକୁ ଅପେକ୍ଷା କରିପାରୁନାହିଁ! ଚାଲ ଯିବା। ସୂଚନାଯୋଗ୍ୟ, ଫିଲ୍ମ ମେ’ରେ ଫ୍ଲୋରକୁ ଆସିବ। ଏହାର ନିର୍ଦ୍ଦେଶନା ନାୟଶୁଲ୍ଲର ଦେବେ। ଫିଲ୍ମର ସ୍କ୍ରିପ୍ଟିଂ ଜୋଶ ଏପେଲବାଉମ ଓ ଆନ୍ଦ୍ରେ ନେମିକ କରିଛନ୍ତି। ଫିଲ୍ମର ପ୍ଲଟକୁ ସିକ୍ରେଟ ରଖାଯାଇଛି।

Share