ମା’ଙ୍କ ଜନ୍ମଦିନରେ ଖାସ୍‌ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ସେବେଠାରୁ ପ୍ରଶଂସକମାନେ ତାଙ୍କ ଝିଅର ଟିକେ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ପ୍ରିୟଙ୍କା ମା’ ମାଳତୀ ଚୋପ୍ରାଙ୍କ ଜନ୍ମଦିନ ଅବସରରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ପ୍ରିୟଙ୍କାଙ୍କ ସହ ତାଙ୍କ ଝିଅ ମାଳତୀ ମାରିଙ୍କ ଆଈ କୋଳରେ ବସିଥିବାର ନଜର ଆସିଛନ୍ତି। ତିନି ପିଢିକୁ ଗୋଟିଏ ଫ୍ରେମ୍‌ରେ ଦେଖି ପ୍ରଶଂସକ ଖୁସି ହୋଇଯାଇଛନ୍ତି। ଏହି ଫଟୋ ଶେୟାର କରି ମା’ଙ୍କ ପାଇଁ ଏକ ନୋଟ ଲେଖିଛନ୍ତି। ଜନ୍ମଦିନର ଶୁଭେଚ୍ଛା ମାମା। ଆପଣ ସବୁବେଳେ ଏପରି ସକାରାତ୍ମକ ହସ ସହିତ ହସିବା ଜାରି ରଖନ୍ତୁ। ତୁମର ଉତ୍ସାହ ଏବଂ ଅନୁଭୂତି ମୋତେ ପ୍ରତିଦିନ ପ୍ରେରଣା ଯୋଗାଉଛି।
ଗତ କିଛିଦିନ ତଳେ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି ସାହାଯ୍ୟରେ ମାତାପିତା ହୋଇଥିଲେ।

Share