ଝିଅ ମାଳତୀଙ୍କ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହା ସହିତ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ମଧ୍ୟ ଭଲ ପାଆନ୍ତି। ନିକଟରେ ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ସରୋଗେସି ମାଧ୍ୟମରେ ତାଙ୍କ ଝିଅ ମାଳତୀଙ୍କୁ ସ୍ବାଗତ କରିଥିଲେ। ଅନେକ ସମୟରେ ପ୍ରିୟଙ୍କା ସ୍ବାମୀ ନିକ୍‌ ଏବଂ ଝିଅ ମାଳତୀଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି। ହେଲେ ଝିଅଙ୍କ ପୂରା ଫଟୋ ଶେୟାର ନକରି କିଛି ଝଲକ ଶେୟାର କରିଥାନ୍ତି। କିନ୍ତୁ ଏଥର ପ୍ରିୟଙ୍କା ସେହିପରି ଝିଅ ମାଳତୀଙ୍କ ଏକ ଝଲକ ଇନ୍‌ଷ୍ଟଗ୍ରାମରେ ଶେୟାର କରିଛନ୍ତି। ସେହି ଫଟୋରେ ମାଳତୀ ଏକ ଧଳା ଟି-ସର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି। ଯେଉଁଥିରେ ‘ଦେଶୀ ଗର୍ଲ’ ବୋଲି ଲେଖାଯାଇଛି।
ଅଭିନେତ୍ରୀ ପ୍ରିୟଙ୍କା ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ହଲିଉଡ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ସେହି ଫିଲ୍ମରେ ଅଭିନେତ୍ରୀଙ୍କୁ ଏକ ରୋମାଣ୍ଟିକ କମେଡିରେ ଦେଖିବାକୁ ମିଳିବ। ଯେଉଁଠାରେ ସେ ଜଣେ ପଞ୍ଜାବୀ ମହିଳାଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି।

Share