ପିଲାବେଳେ ଦୁଷ୍ଟ ହୋଇଥିବା ଯୋଗୁ ହଷ୍ଟେଲ ଯାଇଥିଲେଏହି ଅଭିନେତ୍ରୀ, ଛୋଟବେଳ ଫଟୋ ଦେଖିଲେ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରତିଭା ପାଇଁ ବେଶ ପ୍ରସିଦ୍ଧ। ସେ ‘ଦ ହିରୋ’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ ଛୋଟ ବେଳେ ପ୍ରିୟଙ୍କା କେତେ ଦୁଷ୍ଟ ଥିଲେ, ତାହା ବିଶ୍ୱାସ କରିବା କଷ୍ଟ। ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ଭାଇଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଭାଇ ସିଦ୍ଧାଥ ଏବଂ ଦ୍ୱିତୀୟରେ ଭାଇ, ମା’ ମାଧୁ ଚୋପ୍ରାଙ୍କ ସହ ନଜର ଆସିଛନ୍ତି।
ଜନ୍ମଦିନରେ ତାଙ୍କ ଭାଇଙ୍କୁ ଶୁଭେଚ୍ଛା ଜଣାଇ ପ୍ରିୟଙ୍କା ଲେଖିଛନ୍ତି, ‘ହାପି ବାର୍ଥ ଡେ, ଢେର ସାରା ସ୍ନେହ କାସ ମୁଁ ତୁମ ଜନ୍ମଦିନ ପାଳନ କରିବାକୁ ସେଠାରେ ଥାନ୍ତି। ଶୁଭକାମନା ’ପ୍ରଶଂସକମାନେ ଏହି ଫଟୋ ଉପରେ କମେଣ୍ଟ କରି ସିଦ୍ଧାର୍ଥଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ତେବେ ପିଲାବେଳେ ପ୍ରିଅଙ୍କା ଏତେ ଦୁଷ୍ଟ ଥିଲେ ଯେ, ତାଙ୍କୁ ହଷ୍ଟେଲରେ ଛାଡିବା ପାଇଁ ବାପା ମା’ ବାଧ୍ୟ ହୋଇଥିଲେ ।

Share