ରୋମାଣ୍ଟିକ ହେଲେ ପିସି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ପିସି ସ୍ୱାମୀ ନିକ ଜୋନସଙ୍କ ସହ ନଜର ଆସିଛନ୍ତି । ସେଲିବ୍ରିଟିଙ୍କ ନ୍ୟୁ ୟର ପାର୍ଟିକୁ ନେଇ ତାଙ୍କ ପ୍ରଶଂସକମାନେ ଉତ୍ସୁକ ଥାଆନ୍ତି ଜାଣିବା ପାଇଁ ଯେ ଏମାନେ କେମିତି ଓ କେଉଁଠି ସେଲିବ୍ରେଟ କଲେ ଏହି ବିଶେଷ ଦିନଟିକୁ । ଏଥର କରୋନା ମହାମାରୀ ଯୋଗୁ ନୂଆ ବର୍ଷ ସାମାନ୍ୟ ଫିକା ପଡି ଯାଇଥିବା ବେଳେ ସେଲିବ୍ରିଟିମାନେ କିନ୍ତୁ ନିଜ ନିଜ ଅନ୍ଦାଜରେ ପାଳନ କରିଛନ୍ତି ନୂଆବର୍ଷ । ଏଥର ପ୍ରିୟଙ୍କା ସମୁଦ୍ର କୂଳରେ ନିକଙ୍କ ସହ ପାଳନ କରିଛନ୍ତି ନୂଆ ବର୍ଷ । ସି ବିଚରେ ୟାଁଟ ଉପରେ ବସି ବଡ ରୋମାଣ୍ଟିକ ପୋଜ ଦେଇଛନ୍ତି ଏହି ଦମ୍ପତି । ଏହାସହ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ଖୁବ୍ ରୋମାଣ୍ଟିକ ଲାଗୁଛନ୍ତି । କେଉଁଠି ଅରେଞ୍ଜ କଲର ବିକିନି ପିନ୍ଧିତ ତ ପୁଣି କେଉଁଠି ୱାଇନ ଧରି ପୋଜ ଦେଇଛନ୍ତି ଏହି ଅଭିନେତ୍ରୀ । ଏସବୁ ଫଟୋ କିନ୍ତୁ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ନିକଟରେ ଶୁଣିବାକୁ ମିଳିଥିଲା କି ପ୍ରିୟଙ୍କା କୁଆଡେ ନିକଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ହେଲେ ନୂଆ ବର୍ଷର ନୂଆ ଫଟୋ ଏସବୁ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି । ଏଥର ପିସି ସ୍ୱାମୀ ନିକଙ୍କ ସହ ତାଙ୍କ ବର୍ଷର ଆରମ୍ଭ କରି ଖୁବ୍ ଖୁସି ଅଛନ୍ତି ।

Share