ଝିଅ ସହ ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ସହ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସ୍ବାମୀ ନିକ ଜୋନାସଙ୍କ ସହ ତାଙ୍କ ଶାଶୁଘରେ ଅଛନ୍ତି। ବର୍ତ୍ତମାନ ସେ ଅନେକ ପ୍ରୋଜେକ୍ଟକୁ ନେଇ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ସହିତ ସେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ନିକଟରେ ପ୍ରିୟଙ୍କା ତାଙ୍କ ଝିଅ ସହିତ ଏହି ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରିୟଙ୍କା ତାଙ୍କ ଝିଅ ତଥା ପୋଷା କୁକୁର ଡାଏନାଙ୍କ ସହ ଫଟୋ ଶେୟାର କରିଛନ୍ତି। ସେ କ୍ୟାପଶନ୍‌ରେ ସେ ଗର୍ଲ ଟାଇମ ମଧ୍ୟ ଲେଖିଛନ୍ତି। ପ୍ରିୟଙ୍କା ଡାଏନାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଯେଉଁଠାରେ ବି ରୁହନ୍ତି ତାଙ୍କୁ ସବୁବେଳେ ତାଙ୍କ ପାଖରେ ରଖନ୍ତି ।

ଏହା ସହିତ ସେ ଡାଏନା ନାମରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ କରିଛନ୍ତି ଯାହାକୁ ଅନେକ ସେଲିବ୍ରେଟ ମଧ୍ୟ ଫଲୋ କରନ୍ତି। ଏଥି ସହିତ ପ୍ରିୟଙ୍କା ଏବଂ ଡାଏନାଙ୍କ ଫଟୋ ଏହି ଆକାଉଣ୍ଟରୁ ଶେୟାର କରାଯାଇଛି ଏବଂ ଲେଖିଛନ୍ତି, ମମି ଏବଂ ମୁଁ।’ ପ୍ରିୟଙ୍କାଙ୍କର ତିନୋଟି ପୋଷା କୁକୁର ଅଛନ୍ତି ଏବଂ ସେ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି। ସେ ନିଜେ ଏହି ତିନୋଟିର ଯତ୍ନ ନିଅନ୍ତି।

Share