ଛାଡପତ୍ରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରିୟଙ୍କା ଦେଲେ ଏମିତି କମେଣ୍ଟ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ ଜୋନାସଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ କିଛି ଭଲ ହେଉନାହିଁ ଏବଂ ଉଭୟ ଅଲଗା ହେବାକୁ ଯାଉଛନ୍ତି। ଏନେଇ ଏକ କମେଣ୍ଟ ମାଧ୍ୟରେ ପ୍ରିୟଙ୍କା ସବୁ ଚର୍ଚ୍ଚାକୁ ଗୁଜବ ସାବ୍ୟସ୍ତ କରିଚନ୍ତି।
ନିକ ଜୋନାସ ଇନଷ୍ଟାଗ୍ରାମରେ ତାଙ୍କ ବ୍ୟାୟାମର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ, ନିକ କଠିନ ବ୍ୟାୟାମ କରୁଥିବା ଦେଖିବାକୁ ମଳିଛି। ପ୍ରିୟଙ୍କା ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ କହିଛନ୍ତି ସେ ତାଙ୍କ ଜୀବନସାରା ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହାଁନ୍ତି ଏବଂ ତାଙ୍କ ବାହୁରେ ମରିବାକୁ ଚାହାଁନ୍ତି। ଏହା ସହିତ, ସେ ଆଖିରେ ଏବଂ ହୃଦୟରେ ପ୍ରେମ ସହିତ ଇମୋଜି ଦେଇଥିଲେ। ପ୍ରିୟଙ୍କାଙ୍କ ଏହି କମେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ନିକଙ୍କଠାରୁ ଅଲଗା ହେବାକୁ ଚାହୁଁନାହାଁନ୍ତି। ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି। ତାଙ୍କ ଏହି କମେଣ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି।
୨୦୧୮ରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ରାଜକୀୟ ବିବାହ ହୋଇଥିଲା। ପ୍ରଥମେ ଦୁହେଁ ହିନ୍ଦୁ ଏବଂ ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ହଲିଉଡ ଶୋ’ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଆମେରିକା ଯାଇଥିବା ବେଳେ ପ୍ରିୟଙ୍କା ନିକଙ୍କୁ ଭେଟିଥିଲେ।

Share