ସ୍ବାମୀଙ୍କୁ ଧକ୍କା ମାରି କାର୍‌ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍‌ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ ବିବାହର କିଛି ଫଟୋ ଶେୟାର କରିଥିଲେ। ବିବାହର ଦୁଇ ବର୍ଷ ପରେ ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଏପରି କିଛି ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରିୟଙ୍କା ନିକଙ୍କୁ ଅପମାନଜନକ କଥା କହି କାରରୁ ବାହାର କରିଦେଇଛନ୍ତି। ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ଥିବା ତିକ୍ତତାକୁ ନେଇ ଏହା ପ୍ରଥମ ଥର ପାଇଁ ଖବର ସାମ୍ନାକୁ ଆସିଛି। କିନ୍ତୁ ଏହା ପ୍ରକୃତରେ ରିୟଲ୍‌ ନୁହେଁ ରିଲ୍‌ରେ ଘଟିଛି। ଉଭୟ ନିଜ ପରବର୍ତ୍ତୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଏକ ସିନ୍‌ରେ ଉଭୟ ଏକ କାର୍‌ରେ ବସିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ବିଷୟରେ ତିକ୍ତତା ଦେଖାଦେଉଛି। ତା’ପରେ ପ୍ରିୟଙ୍କା ନିକଙ୍କୁ କାରରୁ ବାହାର କରି ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ୨୯୧୮ ଡିସେମ୍ବର ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ପ୍ରିୟଙ୍କା ଅଧିକାଂଶ ସମୟ ନିକ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି କାରଣରୁ ସେ ଖୁବ୍‌ କମ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସୁଛନ୍ତି।

Share