ଗଲ୍ଫ ଖେଳିଲେ ପ୍ରିୟଙ୍କା

ମୁମ୍ବାଇ; ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଜର୍ମାନୀରେ ତାଙ୍କର କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି । କେବେ କେବେ ଜଙ୍ଗଲରେ ତ କେବେକେବେ ବର୍ଲିନ ରାସ୍ତାରେ ନିଜ କୁକୁର ଡାଏନା ସହ ବୁଲୁଥିବା ନଜର ଆସିଛନ୍ତି ପିସି । ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସୁଛି । ସୋମବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଏଥିରେ ପ୍ରିୟଙ୍କା ଗଲ୍ଫ ଖେଳୁଥିବା ଦେଖାଯାଉଛି । ଗଲ୍ଫ ଖେଳିବା ବେଳେ ପ୍ରିୟଙ୍କାଙ୍କ ଅନ୍ଦାଜକୁ ଦେଖିଲେ ଲାଗୁଛି ସତେ ଯେମିତି ସେ ଜଣେ ପ୍ରଫେଶନାଲ ଗଲ୍ଫ ଖେଳାଳି । ଏହି ଭିଡିଓଟି ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଏହି ଭିଡିଓ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି ପ୍ରାକ୍ଟିସ ହିଁ ଜଣକୁ ପରଫେକ୍ଟ କରିଥାଏ । ଶୁଣିବାକୁ ମିଳିଛି କି ଏବେ ପ୍ରିୟଙ୍କା ଏକ ଫିଲ୍ମ ଶୁଟିଂ ପାଇଁ ଜର୍ମାନୀ ଯାଇଛନ୍ତି ।

Share