୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲା ପିସିଙ୍କ ଝିଅ. ଫାଷ୍ଟ ଲୁକ୍ ଶେୟାର କଲେ ଦମ୍ପତି

ମୁମ୍ବାଇ: ମଦର୍ସ ଡେ’ ସମସ୍ତ ମାଆ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଦିନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏକ ଭିନ୍ନ ଅନୁଭୁତି ଆଣି ଦେଇଛି । ଝିଅ ମାଳତୀ ମେରି ଚୋପ୍ରା ଜୋନସଙ୍କୁ ମଦର୍ସ ଡେ’ରେ ହିଁ ଆଲିଙ୍ଗନ କରିଛନ୍ତି ପିସି । ୮ ମେ ୨୦୨୨ରେ ସାରା ବିଶ୍ୱ ପାଳନ କରିଛି ମଦର୍ସ ଡେ । ଏହି ଅବସରରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ତାଙ୍କ ଝିଅର ଫାଷ୍ଟ ଲୁକ ଶେୟାର କରିଛନ୍ତି ।
ନିକ ଓ ପ୍ରିୟଙ୍କା କହିଛନ୍ତି ତାଙ୍କ ଝିଅ ୧୦୦ ଦିନ ହସ୍ପିଟାଲରେ ଏନଆଇସିୟୁରେ ରହିବା ପରେ ଶେଷରେ ଘରକୁ ଆସିଛି । ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ପିସି ଝିଅ ମାଳତିକୁ ଛାତିରେ ଜାବୁଡି ଧରିଥିବା ବେଳେ ନିକ ତାଙ୍କ ନିକଟରେ ରହିଛନ୍ତି । ହେଲେ ଏମାନେ ଝିଅର ମୁହଁକୁ ହ୍ୱାଇଟ ହାର୍ଟ ଇମୋଜିରେ ଲୁଚାଇ ଦେଇଛନ୍ତି ।
ଫଟୋ ଶେୟାର କରି କପଲ ବିଗତ ଦିନର କିଛି ଦୁଃଖ କଥା କହିଛନ୍ତି । ଯାହା କିଛି ପରିବାରରେ ଦେଖାଯାଏ ବୋଲି ବି ସେମାନେ ଉଲ୍ଲେଖ କରିଛନ୍ତି । କ୍ୟାପଶନରେ ପିସି ଲେଖିଛନ୍ତି, ପ୍ରତ୍ୟେକ ପରିବାରର ଯାତ୍ରା ଭିନ୍ନ ହୋଇଥାଏ । ହେଲେ ଏଥିରେ ବିଶ୍ୱାସ ରଖିବା ଜରୁରୀ । ଆମ ପାଇଁ ଗତ କିଛି ମାସ ଚ୍ୟାଲେଞ୍ଜ ଭରା ଥିଲା । ହେଲେ ଏବେ ଜଣାପଡିଛି କି ପ୍ରତ୍ୟେକ ମୁହୂର୍ତ୍ତ ପରଫେକ୍ଟ ଓ ମୂଲ୍ୟବାନ ହୋଇଥାଏ । ଆମେ ବହୁତ ଖୁସି ଯେ ଶେଷରେ ଆମ ଝିଅ ଘରକୁ ଆସିଛି । ଆମେ ଲସ ଆଞ୍ଜେଲସର ରାଡି ଚିଲଡ୍ରେନ୍ସ ଲା ଜୋଲା ଆଣ୍ଡ କେଡାର ସିନାଇ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ସ୍ପେଶାଲିଷ୍ଟଙ୍କୁ ଧନ୍ୟବାଦ ଦେଉଛୁ । ଯେଉଁମାନେ ନିଶ୍ୱାର୍ଥପର ଭବେ ଆମକୁ ସାହାଯ୍ୟ କରିଛନ୍ତି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ଏମ, ମମ୍ମି ଓ ଡାଡି ତୁମକୁ ବହୁତ ଭଲ ପାଆନ୍ତି ।
ଏହି ଖୁସିରେ ନିକ ବି ପ୍ରିୟଙ୍କାଙ୍କ ଜୀବନର ପ୍ରଥମ ମଦର୍ସ ଡେ’ ୱିଶ କରିବା ସହ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri