ପ୍ରିୟଙ୍କାଙ୍କୁ ଭଲ ଲାଗିଲା ପାକିସ୍ତାନୀ ଫିଲ୍ମ ‘ଜୟଲ୍ୟାଣ୍ଡ’

ବମ୍ବେ: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ପସନ୍ଦ ଆସିଛି ପାକିସ୍ତାନୀ ଚଳଚ୍ଚିତ୍ର ‘ଜୟଲ୍ୟାଣ୍ଡ’। ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିବା ଏହି ଫିଲ୍ମକୁ ନେଇ ପିସି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କୁ ଟ୍ୟାଗ୍‌ କରି ‘ନିଶ୍ଚୟ ଦେଖନ୍ତୁ’ ବୋଲି ମଧ୍ୟ କହିଛନ୍ତି।

ନିଜର ଇନ୍‌ଷ୍ଟାଗ୍ରାମରେ ପିସି ଫିଲ୍ମର ପ୍ରଶଂସା କରୁଥିବା ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତିି। ଏଥିସହ କାହାଣୀକୁ ଜୀବନ୍ତ କରିଥିବାରୁ ସମଗ୍ର ଦଳକୁ ଅଭିନନ୍ଦନ। ଏହାକୁ ନିଶ୍ଚୟ ଦେଖିବା ଉଚିତ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଚାରିଆଡେ ପ୍ରଶଂସିତ ହେଉଥିବା ‘ଜୟଲ୍ୟାଣ୍ଡ’କୁ ନେଇ ପାକିସ୍ତାନରେ ବିବାଦ ଉପୁଜିଥିଲା। ସେନ୍ସର ବୋର୍ଡ ଦ୍ୱାରା ମଞ୍ଜୁରୀ ଦିଆଯିବା ପରେ ଏହାକୁ ‘ଅଧିକ ଆପତ୍ତିଜନକ କଣ୍ଟେଣ୍ଟ’ ଯୋଗୁ ‘ଅପ୍ରମାଣିତ’ ଘୋଷଣା କରାଯାଇଥିଲା। ପରେ ଏନେଇ ପ୍ରତିକ୍ରିୟା ଆସିବା ପରେ ଏକ କମିଟି ଗଠନ କରାଯାଇ ଶେଷରେ ଫିଲ୍ମ ସବୁ ସ୍ଥାନରେ ରିଲିଜ ହୋଇଥିଲା।

Share