ପ୍ରିୟଙ୍କାଙ୍କୁ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିଙ୍କା ଚୋପ୍ରାଙ୍କୁ ମିଳିଛି ଆଉ ଏକ ସଫଳତା । ମଙ୍ଗଳବାର ତାଙ୍କୁ ଜିଓ MAMI (Mumbai Academy of the Moving Image) ଫିଲ୍ମ ଫେଷ୍ଟିଭାଲର ଚେୟାର ପର୍ସନ କରି ଦିଆଯାଇଛି । ଏହାପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ଏହାର ଚେୟାରପର୍ସନ ଥିଲେ । କିନ୍ତୁ ୪ ମାସ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଏବେ ପିୟଙ୍କା ଚୋପ୍ରାଙ୍କୁ ମାମି ବୋର୍ଡ ଅଫ୍ ଟ୍ରଷ୍ଟିଜ ଦ୍ୱାରା ମନୋନୀତ କରାଯାଇଛି । ଯେଉଁଥିରେ ନୀତା ଅମ୍ବାନୀ, ଅନୁପମା ଚୋପ୍ରା, ଅଜୟ ବିଜଲି, ଆନନ୍ଦ ମହିନ୍ଦ୍ରା, ଫରହାନ ଅଖତର, ଇଶା ଅମ୍ବାନୀ, କବିର ଖାଁ, କିରଣ ରାଓ, ରାଣା ଦୁଗ୍‌ଗୁବାତୀ, ରିତେଶ ଦେଶମୁଖ, ରୋହନ ସିପ୍ପି, ସିଦ୍ଧାର୍ଥ ରୟ କପୁର, ବିଶାଲ ଭରଦ୍ୱାଜ ଓ ଜୋୟା ଅଖତର ସାମିଲ ଅଛନ୍ତି । ଏହି ସଫଳତା ପାଇବା ପରେ ପିସି ଖୁବ୍ ଖୁସି ଅଛନ୍ତି ଓ ପ୍ରାଉଡ ଫିଲ୍ କରୁଛନ୍ତି । ସେ କହିଛନ୍ତି ପାୱାରହାଉସ ମହିଳାଙ୍କ ସହ କାମ କରିବାରେ ମଜା ଆସିବ । ଏହାସହ ଏହି ଫେଷ୍ଟିଭାଲକୁ ଏକ ଭିନ୍ନସ୍ତରକୁ ନେବାକୁ ହେବ ।

Share