ବିଦେଶରେ ଦେଶୀ ଲୁକ୍‌କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହଲିଉଡ୍‌ରେ ଦେଶର ନାଁକୁ ଉଜ୍ଜ୍ୱଳ କରି ଚାଲିଛନ୍ତି। ସେ ଦକ୍ଷିଣ ଏସୀୟ ଏକ୍ସଲେନ୍ସ ଫିଲ୍ମର ପ୍ରି-ଓସ୍କାର ଇଭେଣ୍ଟରେ ସହ-ହୋଷ୍ଟ ଭାବରେ ଆଙ୍କରିଂ କରିଥିଲେ। ପ୍ରିୟଙ୍କାଙ୍କ ପାଇଁ ଏହା ଏକ ଗର୍ବର କଥା। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀଙ୍କ ଦେଶୀ ଲୁକ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ପ୍ରିୟଙ୍କା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଶୋ’ର ଅନୁଭୂତି ବାଣ୍ଟିଛନ୍ତି।

ପ୍ରିୟଙ୍କା ଶୁକ୍ରବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟ ୭-୮ଟି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଅନ୍ୟ ଅତିଥି ଏବଂ ଇଭେଣ୍ଟର ହୋଷ୍ଟମାନଙ୍କ ସହିତ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ରିଜ ଅହମ୍ମଦ, ଅଜିଜ ଅନସାରୀ, ରାଧିକା ଜୋନାସ, ମନୀଷ କେ ଗୋଏଲଙ୍କ ସହିତ ନଜର ଆସିଛନ୍ତି। ଏହି ପୋଷ୍ଟକୁ ଶେୟାର କରି ପ୍ରିୟଙ୍କା କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସହ-ହୋଷ୍ଟ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ।

ଚଳିତ ବର୍ଷର ଓସ୍କାର ମାର୍ଚ୍ଚ ୨୭ରେ ଲସ୍‌ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ। ଓସ୍କାରର ପୂର୍ବ ଇଭେଣ୍ଟ ୨୩ ମାର୍ଚ୍ଚ ବୁଧବାର ହୋଇଥିଲା। ଏଥିରେ ପ୍ରିୟଙ୍କା ଏକ କଳା ରଙ୍ଗର ଶାଢ଼ି ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

Share