କେବେ ମା’ ହେବେ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ନିକଟରେ ପ୍ରିୟଙ୍କା ନିଜର ଦ୍ୱିତୀୟବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ନିକ୍‌ଙ୍କ ସହ ରୋମାଣ୍ଟିକ୍‌ ପଟୋ ଶେୟାର କରିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଚନ୍ତି। ଏହାପରେ ପ୍ରିୟଙ୍କା କେବେ ମା’ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଏକ ସାକ୍ଷାତକାରରେ ମା’ ହେବେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ସେ ରାଗିଯାଇଥିଲେ। ସେ କହିିଲେ ଯେବେ ମୁଁ ଏବଂ ନିକ୍‌ ଯେବେ ଠିକ୍‌ ଭାବିବୁ ସେବେ ଏନେଇ ନିଷ୍ପତ୍ତି ନେବୁ। ତେଣୁ ଆମ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ନ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରିୟଙ୍କ ଏବେ ଫିଲ୍ମ ଦ ହ୍ବାଇଟ୍‌ ଟାଇଗର୍‌ ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଳ୍ମର ସେ ପ୍ରଯୋଜନା ଦାୟିତ୍ୱ ମଧ୍ୟ ନେଇଛନ୍ତି।

Share