ଭଗ୍ ମାଗାଜିନ ପାଇଁ ପୁଣି ଫଟୋ ଶୁଟ୍ କଲେ ପ୍ରିୟଙ୍କା

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଫ୍ୟାଶନ ଆଇକନ ଭାବେ ବି ବେଶ ଜଣାଶୁଣା । ସେ ତାଙ୍କର ଗ୍ଲାମରସ ଅନ୍ଦାଜ ପାଇଁ ରଚିଛନ୍ତି ନିଜର ଭିନ୍ନ ପରିଚୟ । ବଲିଉଡ୍‌ଠାରୁ ହଲିଉଡ୍ ପର୍ଯ୍ୟନ୍ତ ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ବି ହୋଇଛନ୍ତି । ନିକଟରେ ସେ ଭଗ୍ ମାଗାଜିନ ପାଇଁ ଫଟୋ ଶୁଟ୍ କରିଛନ୍ତି । ଆଉ ଏହାର କିଛି ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ରେଡ ଆଉଟ ଫିଟ୍ ତ ପୁଣି ଏଲୋ ଆଉଟ ଫିଟରେ ଜବରଦସ୍ତ ଲାଗିଛନ୍ତି ପିସି । ଏହା ଭଗ୍ ମାଗାଜିନ୍ ପାଇଁ ତାଙ୍କର ୧୧ତମ ଫଟୋଶୁଟ୍ । ଏହାର କିଛି ଫଟୋ ସିରିଜ୍ ଶେୟାର କରି ପିସି ଲେଖିଛନ୍ତି ୧୫ ବର୍ଷ ପୂର୍ବେ ମୁଁ ଭଗ୍ ଇଣ୍ଡିଆ ପାଇଁ ପ୍ରଥମେ ଫଟୋଶୁଟ୍ କରିଥିଲି । ମୁଁ ପ୍ରଥମ କଭର ଷ୍ଟାରଙ୍କ ମଧ୍ୟରୁ ଜଣେ ଥିଲି । ଏଥର ଭଗ୍ ଇଣ୍ଡିଆ କଭର ପାଇଁ ଫଟୋଶୁଟ୍ କରିଛି । ଏହାସହ ଏବେ ମୁଁ ଭ୍ଲଗେରି ଜୁଏଲେରୀର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଛି ବୋଲି ପିସି କହିଛନ୍ତି । ଏହି କୋଲାବରେଶନ ଖୁବ୍ ଖୁସି ଦେଇଛି ।

Share