ପ୍ରିୟଙ୍କା ଲଞ୍ଚ କଲେ ନିଜର ହେୟାର ବ୍ରାଣ୍ଡ

ମୁମ୍ବାଇ: ଅଭିନୟ ଓ ଗୀତ ଗାଇବା ପରେ ଏବେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଉ ଏକ କାମ କରିଛନ୍ତି । ନିକଟରେ ପିସି ତାଙ୍କ ହେୟାର ବ୍ରାଣ୍ଡ ଲଞ୍ଚ କରିଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହାର ସୂଚନା ଦେଇଛନ୍ତି । ସେ ନିଜ ପ୍ରଡକ୍ଟ ବିଷୟରେ ସୂଚନା ଦେଇ ଲେଖିଛନ୍ତି ଆପଣଙ୍କ ସାମ୍ନାରେ ପ୍ରଥମ ବ୍ରାଣ୍ଡ ଇଣ୍ଟ୍ରଡ୍ୟୁସ କରୁଛୁ ଏହା ବହୁତ ଭଲ । ତେବେ ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁୟାରୀ ୩୧ରେ ପ୍ରିୟଙ୍କାଙ୍କ ହେୟାର ବ୍ରାଣ୍ଡ ପ୍ରଡକ୍ଟ ଆମେରିକାରେ ଲଞ୍ଚ କରାଯିବ । ଏହା ଚଳିତ ବର୍ଷ କେବଳ ଗ୍ଲୋବାଲ ମାର୍କେଟିଂରେ ମିଳିବ । ସେ କହିଛନ୍ତି ଗତ ୧୮ ମାସ ହେବ ସେ ତାଙ୍କ ପାର୍ଟନର ସହ ମିଶି ଏହି ପ୍ରଡକ୍ଟ ଉପରେ କାମ କରୁଛନ୍ତି । ଏହାସହ ହେୟାର କେୟାରକୁ ନେଇ ସେ ଖୁବ୍ ରିସର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । ଆଉ ଶେଷରେ ଆସିଥିବା ଏହି ପ୍ରଡକ୍ଟ ଆପଣଙ୍କ କେଶକୁ ଟିଏଲ୍‌ସି ଦେବା ସହ ଆହୁରି ଷ୍ଟ୍ରଙ୍ଗ କରିବ ବୋଲି ପିସି କହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେୟାର କେୟାର କମ୍ପାନୀ ପସିବଲରେ ୫ କୋଟି ଟଙ୍କା ନିବେଶ କରିଥିଲେ ।

Share