Posted inଜାତୀୟ

ରିଜିଜୁଙ୍କୁ ଜବାବ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ମଧ୍ୟରେ ବିରୋଧୀ ଦଳ ମେଣ୍ଟର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତ କରିଛନ୍ତି। ଯେଉଁଥିରେ କିଛି ଦଳର ବଡ ବଡ ନେତା ଏଥିରେ ସାମିଲ ଥିଲେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସରକାରଙ୍କୁ ଘେରିବା ପାଇଁ ଏହା ଏକ ରଣନୀତି ଭାବରେ ଦେଖାଯାଉଛ। ଏହି ସମୟରେ ନେତାଙ୍କ ମଧ୍ୟରେ ମୌଖିକ ଯୁଦ୍ଧ ମଧ୍ୟ କ୍ରମାଗତ ଭାବରେ ଲାଗିରହିଛି। ଏବେ ଏହାକୁ ନେଇ ଉତ୍ତର-ପୂର୍ବକୁ ଯାଇଥିବା ବିରୋଧୀ ଏମପିମାନଙ୍କୁ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ବିକାଶକୁ ନିଶ୍ଚିତ ଭାବରେ ଦେଖିବେ। ଏହା ଉପରେ ଶିବସେନା (ୟୁବିଟି) ନେତା ପ୍ରିୟଙ୍କା ଚାଟୁର୍ବେଦୀ ତାଙ୍କୁ ଉତ୍ତର ଦେଇଛନ୍ତି।
ବାସ୍ତବରେ ମୋଦି ସରକାରଙ୍କ ମନ୍ତ୍ରୀମାନେ ବିରୋଧୀ ଦଳର ପ୍ରତିନିଧୀଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି, ବିରୋଧୀ ରାଜନୀତି କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ, କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଏକ ଟୁଇଟର ଜବାବ ଦେଇ ଲେଖିଛନ୍ତି, ମୁଁ ପି ଚିଦାମ୍ବରମ ଜୀଙ୍କୁ ଗ୍ରାଉଣ୍ଡ ଲେବଲରେ ହୋଇଥିବା ବିକାଶକୁ ଦେଖାଇବାକୁ ଉତ୍ତର-ପୂର୍ବକୁ ନେବାକୁ ଚାହୁଁଛି। ଗତ ୯ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି କଂଗ୍ରେସ ସରକାର ଅପେକ୍ଷା ଅଧିକ ବିମାନବନ୍ଦର ଏବଂ ହେଲିପୋର୍ଟ ନିର୍ମାଣ କରିଛନ୍ତି, ଯାହା କଂଗ୍ରେସ ସରକାର ୬ ଦଶକରେ ନିର୍ମାଣ କରିଥିଲା। ପି ଚିଦାମ୍ବରମ ଟୁଇଟରରେ ସରକାରଙ୍କ ଦାବି ଉପରେ ପ୍ରଶ୍ନ କରିଥିଲେ ଯେଉଁଥିରେ ଗତ ୭ ବର୍ଷ ମଧ୍ୟରେ ୭୪ ବିମାନବନ୍ଦର ନିର୍ମାଣ ହେବ ବୋଲି କୁହାଯାଇଥିଲା।
କେନ୍ଦ୍ର ମନ୍ତ୍ରୀ ରିଜିଜୁ ପି ଚିଦାମ୍ବରମଙ୍କୁ ଉତ୍ତର ଦେଇଥିଲେ, କିନ୍ତୁ ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ଟୁଇଟର ଉତ୍ତର ଦେଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ କିମ୍ବା କୌଣସି କ୍ୟାବିନେଟ ମନ୍ତ୍ରୀ ଦିଲ୍ଲୀରୁ ମଣିପୁରରେ ଇମ୍ଫାଲରେ ପହଞ୍ଚିବା ପରେ ମୁଁ ଆପଣଙ୍କୁ ବିଶ୍ୱାସ କରିବି। ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୩ ମାସ ହେବ ମଣିପୁର ରାଜ୍ୟ ହିଂସାର ନିଆଁରେ ଜଳି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri