ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍‌ର ଶୁଟିଂବେଳେ ଶାହାରୁଖଙ୍କୁ ଟଲିଉଡ୍‌ ଅଭିନେତ୍ରୀ ପ୍ରିୟାମଣୀ ପ୍ରଥମ ଥର ପାଇଁ ଭେଟିଥିଲେ। ଶୁଟିଂ ସେଟ୍‌ରେ ଶାହାରୁଖ ୩୦୦ ଟଙ୍କା ଦେଇଥିଲେ, ଯାହାକୁ ଏବେ ମଧ୍ୟ ପର୍ସରେ ସାଇତି ରଖିଛି ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି ଓ୍ବେବ ସିିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ ୨’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ପ୍ରିୟାମଣୀ।

ଆମେ ଓ୍ବାଇଠାରେ ୫ ଦିନ ଧରି ‘ଓ୍ବାନ ଟୁ ଥ୍ରି ଫୋର’ ସଙ୍ଗ୍‌ର ଶୁଟିଂ କରିଥିଲୁ। ଦେଶର ସବୁଠୁ ବଡ଼ ସୁପରଷ୍ଟାର ଶାହାରୁଖଙ୍କ ସହ କାମ କରିବା ମୋ ପାଇଁ ଅଭୁଲା ଅନୁଭୂତି ଥିଲା। ଶୁଟିଂ ସେଟ୍‌ରେ ସେ ସମସ୍ତଙ୍କ ଦାୟିତ୍ୱ ନେଉଥିଲେ। ପ୍ରଥମ ଦିନରୁ ସେ ମୋ ପାଇଁ କାମ କରିବା ସହଜ କରି ଦେଇଥିଲେ। ଶୁଟିଂ ବେଳେ ତାଙ୍କ ଆଇପଡ୍‌ରେ କୌନ ବନେଗା କରୋରପତି ଖେଳିଥିଲି। ଏଣୁ ସେ ମୋତେ ୩୦୦ ଟଙ୍କା ଦେଇଥିଲେ, ଯାହା ଆଜି ବି ମୋ ପର୍ସରେ ଅଛି ବୋଲି ପ୍ରିୟାମଣୀ କହିଛନ୍ତି।

Share