ନିଟ୍‌ ପ୍ରବେଶିକା ପରୀକ୍ଷାରେ ସ୍ବରୂପା ପ୍ରିୟଦର୍ଶିନୀଙ୍କ ବଡ଼ ସଫଳତା: ୧୫ରୁ ୧୬ ଘଣ୍ଟା ପଢି…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟସ୍ଥ ନୂଆଁପଡ଼ା ଗ୍ରାମର ସ୍ବରୂପା ପ୍ରିୟଦର୍ଶିନୀ ମିଶ୍ର ଚଳିତ ବର୍ଷର ନିଟ୍‌ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ସେ ସମୁଦାୟ ୭୨୦ ନମ୍ବରରୁ ୫୮୮ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୧୪,୩୬୨ ରାଙ୍କ ହାସଲ କରି ଏମ୍ବିବିଏସ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍ବରୂପା ପ୍ରିୟଦର୍ଶିନୀଙ୍କ ପିତା ପ୍ରକାଶ ମିଶ୍ର ଜଣେ ଆଇନଜୀବୀ ହୋଇଥିବାବେଳେ ମାତା ବିଶ୍ୱ ରଞ୍ଜିତା ମହାପାତ୍ର ଜଣେ ଅଙ୍ଗନୱାଡ଼ି କର୍ମୀ। ନିଟ୍‌ ସହିତ ସେ ଚଳିତ ବର୍ଷ ନାଇଜର ପ୍ରବେଶିକା ପରୀକ୍ଷାରେ ୧୧୫.୫ ନମ୍ବର ରଖି ୩୧୨ ରାଙ୍କ ହାସଲ କରି ନାଇଜର, ଭୁବନେଶ୍ୱରରେ ଅଧ୍ୟୟନ ପାଇଁ ମନୋନୀତ ହୋଇଥିଲେ। ସେହିପରି ଜେଇଇ ମେନ୍‌ ପରୀକ୍ଷାରେ ୩୫,୪୯୯ ରାଙ୍କ ହାସଲ କରି ଏନ୍‌ଆଇଟି ରାଉରକେଲାର କେମିକାଲ ଇଞ୍ଜିନିୟରିଂରେ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାଛଡ଼ା ୨୦୨୫ର ଓୟୁଏଟି ପ୍ରବେଶିକା ପରୀକ୍ଷାରେ ସମୁଦାୟ ୨୦୦ରୁ ୧୮୫ ନମ୍ବର ରଖି ମଧ୍ୟ କୃତକାର୍ଯ୍ୟ ହୋଇଥିଲେ।
ସେ ସୁବଳୟା ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବୀରମହାରାଜପୁର ରଥପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଅଧ୍ୟୟନ କରିଥିଲେ।
ଦ୍ୱିତୀୟ ପ୍ରୟାସରେ ନିଟ୍ରେ ସଫଳତା ପାଇଥିବା ସ୍ବରୂପା ପ୍ରିୟଦର୍ଶିନୀ କହିଛନ୍ତି ଯେ, ଏହି ସଫଳତା ପାଇଁ ସେ ପ୍ରତିଦିନ ପ୍ରାୟ ୧୫ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ନିୟମିତ ଅଧ୍ୟୟନ କରୁଥିଲେ। ସଫଳତା ହାସଲ କରିବା ପାଇଁ କଠୋର ପରିଶ୍ରମ, ଆତ୍ମବିଶ୍ୱାସ ଓ ଶୃଙ୍ଖଳିତ ଜୀବନଶୈଳୀ ଅପରିହାର୍ଯ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ମାତା-ପିତା, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ସ୍ବରୂପା ପ୍ରିୟଦର୍ଶିନୀଙ୍କ ଏହି ସଫଳତା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ…

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ…

ବୁଣାକାର ପରିବାରର ପୁଅଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପାଇ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମର ଯତୀନ ମେହେର ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷାରେ…

ଅନଶନସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇ କାହିଁକି ହସ୍ପିଟାଲ ପଠାଇଲା ଦିଲ୍ଲୀ ପୋଲିସ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରୁ ହଟାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ଏହା ସହିତ କକ୍‌ରୋଚ ଜନତା ପାର୍ଟି (ସିଜେପି)ର…

ଫାଇନାଲ ଦେଖିବାକୁ ଯିିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଏନ୍ସ ଏରିଜ, ୧୭ା୭ (ଏପି):ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍‌ ଫାଇନାଲ…

ନିୟମ ମାନିବାକୁ ପଛଘୁଞ୍ଚା

ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ…

‘ପୋଲିସ ମୋତେ ମାରିଲା…’, ଜବରଦସ୍ତି ଧାରଣାସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ବଡ଼ ଦାବି କରିଛନ୍ତି। ସେ ସୋସିଆଲ…

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ କମାଲ କଲେ ଅନୁତ୍ତମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ସୋନପୁର ୧୮।୭ (ମୃତ୍ୟୁଞ୍ଜୟ ଶତପଥୀ): ଜାତୀୟସ୍ତରର ପ୍ରତିଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସୋନପୁର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri