ବେସରକାରୀ ଅଲ୍‌ଟ୍ରାସାଉଣ୍ଡ ମେଶିନ ଭରସା

ଯାଜପୁର,୧୬ା୬(ହର୍ଷବର୍ଦ୍ଧନ ବେହେରା): ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ପରିପ୍ରେକ୍ଷୀରେ ଯାଜପୁର ଜିଲାରେ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) କାର୍ଯ୍ୟ କରୁଛି। ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାରକୁ ରୋକିବାରେ କିଛିଟା ସଫଳତା ହାସଲ କରିପାରିଛି ସତ, ହେଲେ ସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟକୁ ପରାହତ କରୁଛି। ଯେଉଁ ଅନୁପାତରେ ଗର୍ଭବତୀ ମହିଳା ମୃତ୍ୟୁହାର କମିବା କଥା ସେହି ଅନୁପାତରେ କମୁନାହିଁ। ଏହାର ମୁଖ୍ୟ କାରଣ ହେଉଛି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଥିବା ବହୁ ଯନ୍ତ୍ରପାତି ରୋଗୀ ଚିକିତ୍ସାରେ ବ୍ୟବହାର ହୋଇପାରୁନାହିଁ। ସେଥିମଧ୍ୟରୁ ଗର୍ଭବତୀ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜରୁରୀ ସମୟରେ କାମରେ ଲାଗୁ ନାହିଁ। ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ ସୁବିଧା ରହିଛି। ଏହାବାଦ୍‌ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଅଲଟ୍ରାସାଉଣ୍ଡ ଉପରେ ନିର୍ଭର କରୁଥିବା ବହୁ ରୋଗୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲା ସଦର ମହକୁମା ସମେତ ଅନ୍ୟତମ ବଡ଼ ସହର ବ୍ୟାସନଗରରେ ପରୋକ୍ଷରେ ବେସରକାରୀ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକୁ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଅଲଟ୍ରାସାଉଣ୍ଡ ମେଶିନ ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ଦେଇଥାଏ। ସରକାରୀସ୍ତରରେ ଏହି ଗୁରୁତ୍ୱପୂର୍ଣ୍ଣ ମେଶିନକୁ ଅଗ୍ରାଧିକାର ଦିଆଯାଉ ନ ଥିବାରୁ ଜିଲାର ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ସମସ୍ୟାରେ ପଡ଼ିବା ସହିତ ବାହାରେ ଅଲଟ୍ରାସାଉଣ୍ଡ କରି ଶୋଷଣର ଶିକାର ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି, ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏଭଳି ପ୍ରମୁଖ ସମସ୍ୟା ସମାଧାନ ପ୍ରତି କାହାର ତପତ୍ରତା ପ୍ରକାଶ ପାଉନାହିଁ। ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଜଣେ ରୋଗୀଙ୍କୁ ସରକାରୀ ଭାବେ ଅତି କମ୍‌ ମୂଲ୍ୟ ଦେବାକୁ ପଡୁଥିଲା। କିନ୍ତୁ ଏବେ ରୋଗୀମାନଙ୍କୁ ଘରୋଇ ନର୍ସିଂହୋମରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବାକୁ ୧୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏପରିକି ଜରୁରୀ ସମୟରେ ରୋଗୀଙ୍କଠାରୁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି। ଏପରି ଭାବେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଅଧିକାଂଶ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତିରେ ରୋଗୀ ଅନ୍ୟ ଜାଗାକୁ ଉଚ୍ଚତର ଚିିକିତ୍ସା ପାଇଁ ଯାଉଛନ୍ତି। ଉଚିତ ସମୟରେ ଚିକିିତ୍ସା ସେବା ପାଇ ନ ପାରି ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ନ ଥିବା ଭଳି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଜଗଦୀଶ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରାୟ ୭ ମାସ ହେଲା ଅଲଟ୍ରାସାଉଣ୍ଡ ମେଶିନର ବିଶେଷଜ୍ଞ ଡାକ୍ତର ନାହାନ୍ତି। ତେଣୁ ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ଦ୍ୱାରା କେବଳ ଗର୍ଭବତୀ ମହିଳାଙ୍କ ପରୀକ୍ଷା ହୋଇପାରୁଛି। ରବିବାର ବ୍ୟତୀତ ଅନ୍ୟ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ ପରୀକ୍ଷା ଉପଲବ୍ଧ ହେଉଛି। ଆବଶ୍ୟକ ପଡ଼ିଲେ ଅନ୍ୟ ସମୟରେ ମଧ୍ୟ ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri