Posted inଜାତୀୟ

ଘରୋଇ ଚାକିରିଆ ହେବେ ସରକାରୀ ବାବୁ

ନୂଆଦିଲ୍ଲୀ,୧୭ା୫: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ ପରାମର୍ଶ ଦିଆଯାଇଛି। ପ୍ରାଇଭେଟ୍‌ ସେକ୍ଟରର ସ୍ପେଶାଲିଷ୍ଟମାନଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମୋଡ୍‌ରେ ସରକାରଙ୍କ ୧୨ ବିଭାଗ/ମନ୍ତ୍ରଣାଳୟରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପସଚିବ ପଦରେ ସର୍ବଭାରତୀୟ ଏବଂ ଗ୍ରୁପ୍‌ ଏ ସେବା ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଥାଏ। କିନ୍ତୁ ପ୍ରସ୍ତାବିତ ନିଯୁକ୍ତି ଏହାର ଏକ ବ୍ୟତିକ୍ରମ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ, କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ, ଖାଉଟି ବ୍ୟାପାର ମନ୍ତ୍ରଣାଳୟ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଭାରି ଉଦ୍ୟୋଗ ମନ୍ତ୍ରଣାଳୟରେ ଏମାନଙ୍କୁ ନିଯୁକ୍ତି ଦିଆଯିବ। କେତେଜଣଙ୍କୁ ସିଧାସଳଖ ମନ୍ତ୍ରଣାଳୟରେ ନିଯୁକ୍ତି ମିଳିବାକୁ ଥିବାବେଳେ ଅନ୍ୟ କେତେଜଣ ଉପରୋକ୍ତ ମନ୍ତ୍ରଣାଳୟଗୁଡ଼ିକ ଅଧୀନରେ ଥିବା ବିଭାଗଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇବେ। ଲାଟେରାଲ ଏଣ୍ଟ୍ରି ଜରିଆରେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନ ବ୍ୟାପାର ବିଭାଗ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ପ୍ରମୋଶନ୍‌ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟର୍ନାଲ ଟ୍ରେଡ୍‌ ଡିପାର୍ଟମେଣ୍ଟ ସମେତ ଆଉ କେତେକ ମନ୍ତ୍ରଣାଳୟରେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯିବ। ଏସମ୍ପର୍କିତ ବିସ୍ତୃତ ବିଜ୍ଞପ୍ତି ଏବଂ ଆଶାୟୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମେ’ ୨୦ରେ ପ୍ରକାଶ ପାଇବ। ପ୍ରାର୍ଥମାନେ ମେ’ ୨୦ରୁ ଜୁନ୍‌ ୧୯ ମଧ୍ୟରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ ଆବେଦନରେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ସାକ୍ଷାତ୍‌କାର ପାଇଁ ଶର୍ଟଲିଷ୍ଟ କରାଯିବ। ଲାଟେରାଲ ଏଣ୍ଟ୍ରି ଜରିଆରେ ପୂରଣ ହେବାକୁ ଥିବା ଖାଲି ପଦବୀ ସଂଖ୍ୟା ମଧ୍ୟ ମେ’ ୨୦ ବିଜ୍ଞାପନରେ ଉଲ୍ଲେଖ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
୨୦୧୮ ଜୁନ୍‌ରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ୧୦ ଯୁଗ୍ମ ସଚିବ ପାହ୍ୟା ପଦବୀ ନିମନ୍ତେ ଲାଟେରାଲ ଏଣ୍ଟ୍ରି ଜରିଆରେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ୟୁପିଏସ୍‌ସି ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୨୧ ଅକ୍ଟୋବରରେ ୟୁପିଏସ୍‌ସି ୩୧ ଆଶାୟୀଙ୍କ ନାମ ଯୁଗ୍ମ ସଚିବ (୩), ନିର୍ଦ୍ଦେଶକ (୧୯) ଏବଂ ଉପସଚିବ (୯) ପଦବୀ ଲାଗି କେନ୍ଦ୍ରକୁ ସୁପାରିସ କରିଥିଲା। ବର୍ତ୍ତମାନ ଲାଟେରାଲ ଏଣ୍ଟ୍ରିରେ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଦିଆଯିବ। ଏହି ପ୍ରକ୍ରିୟା ଆସନ୍ତା ଶନିବାର ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri