Posted inଜାତୀୟ

ଘରୋଇ ଚାକିରିଆ ହେବେ ସରକାରୀ ବାବୁ

ନୂଆଦିଲ୍ଲୀ,୧୭ା୫: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ ପରାମର୍ଶ ଦିଆଯାଇଛି। ପ୍ରାଇଭେଟ୍‌ ସେକ୍ଟରର ସ୍ପେଶାଲିଷ୍ଟମାନଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମୋଡ୍‌ରେ ସରକାରଙ୍କ ୧୨ ବିଭାଗ/ମନ୍ତ୍ରଣାଳୟରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପସଚିବ ପଦରେ ସର୍ବଭାରତୀୟ ଏବଂ ଗ୍ରୁପ୍‌ ଏ ସେବା ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଥାଏ। କିନ୍ତୁ ପ୍ରସ୍ତାବିତ ନିଯୁକ୍ତି ଏହାର ଏକ ବ୍ୟତିକ୍ରମ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ, କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ, ଖାଉଟି ବ୍ୟାପାର ମନ୍ତ୍ରଣାଳୟ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଭାରି ଉଦ୍ୟୋଗ ମନ୍ତ୍ରଣାଳୟରେ ଏମାନଙ୍କୁ ନିଯୁକ୍ତି ଦିଆଯିବ। କେତେଜଣଙ୍କୁ ସିଧାସଳଖ ମନ୍ତ୍ରଣାଳୟରେ ନିଯୁକ୍ତି ମିଳିବାକୁ ଥିବାବେଳେ ଅନ୍ୟ କେତେଜଣ ଉପରୋକ୍ତ ମନ୍ତ୍ରଣାଳୟଗୁଡ଼ିକ ଅଧୀନରେ ଥିବା ବିଭାଗଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇବେ। ଲାଟେରାଲ ଏଣ୍ଟ୍ରି ଜରିଆରେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନ ବ୍ୟାପାର ବିଭାଗ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ପ୍ରମୋଶନ୍‌ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟର୍ନାଲ ଟ୍ରେଡ୍‌ ଡିପାର୍ଟମେଣ୍ଟ ସମେତ ଆଉ କେତେକ ମନ୍ତ୍ରଣାଳୟରେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯିବ। ଏସମ୍ପର୍କିତ ବିସ୍ତୃତ ବିଜ୍ଞପ୍ତି ଏବଂ ଆଶାୟୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମେ’ ୨୦ରେ ପ୍ରକାଶ ପାଇବ। ପ୍ରାର୍ଥମାନେ ମେ’ ୨୦ରୁ ଜୁନ୍‌ ୧୯ ମଧ୍ୟରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ ଆବେଦନରେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ସାକ୍ଷାତ୍‌କାର ପାଇଁ ଶର୍ଟଲିଷ୍ଟ କରାଯିବ। ଲାଟେରାଲ ଏଣ୍ଟ୍ରି ଜରିଆରେ ପୂରଣ ହେବାକୁ ଥିବା ଖାଲି ପଦବୀ ସଂଖ୍ୟା ମଧ୍ୟ ମେ’ ୨୦ ବିଜ୍ଞାପନରେ ଉଲ୍ଲେଖ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
୨୦୧୮ ଜୁନ୍‌ରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ୧୦ ଯୁଗ୍ମ ସଚିବ ପାହ୍ୟା ପଦବୀ ନିମନ୍ତେ ଲାଟେରାଲ ଏଣ୍ଟ୍ରି ଜରିଆରେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ୟୁପିଏସ୍‌ସି ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୨୧ ଅକ୍ଟୋବରରେ ୟୁପିଏସ୍‌ସି ୩୧ ଆଶାୟୀଙ୍କ ନାମ ଯୁଗ୍ମ ସଚିବ (୩), ନିର୍ଦ୍ଦେଶକ (୧୯) ଏବଂ ଉପସଚିବ (୯) ପଦବୀ ଲାଗି କେନ୍ଦ୍ରକୁ ସୁପାରିସ କରିଥିଲା। ବର୍ତ୍ତମାନ ଲାଟେରାଲ ଏଣ୍ଟ୍ରିରେ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଦିଆଯିବ। ଏହି ପ୍ରକ୍ରିୟା ଆସନ୍ତା ଶନିବାର ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri