ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ କର୍ମଚାରୀ

ନୟାଗଡ଼,୨୫।୨(ଲୋକନାଥ ମିଶ୍ର) ନୟାଗଡ଼ରୁ ଓଡଗାଁ ୨୫ କି.ମି.କୁ ସରକାରୀ ଭଡ଼ା ୨୩ରୁ ୨୪ ଟଙ୍କା ଥିବାବେଳେ ଅଡିନାରୀ ଓ ଏକ୍ସପ୍ରେସ ବସ ଯାତ୍ରୀଙ୍କଠାରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ବେଆଇନ ବସଭଡ଼ାକୁ ନେଇ ଯାତ୍ରୀ ପ୍ରତିବାଦ କଲେ ବସରୁ ଓହ୍ଲାଇ ଯାଅ ବୋଲି କହି ତଡି ଦେଉଛନ୍ତି । ଏପରିକି ଖରାପ ବ୍ୟବହାର ଦେଖାଉଛନ୍ତି । ବସ କର୍ମଚାରୀଙ୍କ ରୁକ୍ଷ ଓ ଅଶ୍ଲୀଳ ବ୍ୟବହାର ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର ନାହିଁ। ଜିଲା ସଦର ମହକୁମାରେ ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବେଆଇନ ଭାବେ ଅଧିକ ବସ ଭଡ଼ା ଆଦାୟ ଚାଲିଛି । ବସ ଭଡ଼ାରେ ଯାତ୍ରୀଙ୍କୁ ଲୁଟ୍‌ କରାଯାଉଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଯାଞ୍ଚ ଓ ଧରପଗଡ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।
ପ୍ରକାଶ ଯେ, ଅଡିନାରୀ ବସରେ ୧ କି.ମି. ପିଛା ସରକାର ୯୨ ପଇସା ଲାଗୁ କରିଥିବାବେଳେ ଏକ୍ସପ୍ରେସ ବସରେ ସରକାର ୯୬ ପଇସା ଲାଗୁ କରିଛନ୍ତି । ଏନେଇ ୧୮।୪।୨୦୨୨ରେ ପରିବହନ କମିଶନର ଓଡିଶାଙ୍କ ପକ୍ଷରୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ହେଲେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନଁା ସେନେଇ ସମୀକ୍ଷା ହେଉ ନ ଥିବାରୁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଏନେଇ ଓଡଗାଁର ଘନଶ୍ୟାମ ସାହୁ କୁହନ୍ତି, ସରକାର ବସ ଭଡା ନିର୍ଦ୍ଧାରଣ କରୁଛନ୍ତି । ହେଲେ ଘରୋଇ ବସ ଠିକ ଭାବେ ବସ ଭଡା ନେଉଛନ୍ତି ନଁା ଅଧିକ ନେଉଛନ୍ତି ତାର ଯାଞ୍ଚ କି ଧରପଗଡ କରାଯାଉ ନାହିଁ। ଯାତ୍ରୀ ବର୍ଷ ତମାମା ଅଧିକ ଭଡା ଦେଇ ସିଟ୍‌ ପାଉ ନାହିଁ । ପୁଣି ଖରାପ ବ୍ୟବହାର ସହ୍ୟ କରୁଛି । ଯାତ୍ରୀଙ୍କ ଦୁର୍ଦ୍ଦଶା ଦେଖିଲେ ନୟାଗଡ଼ରେ ଆରଟିଓ ଥିଲା ପରି ଲାଗୁନି । ସରକାର ଓ ଜିଲା ପ୍ରଶାସନ ଏଥିରେ ଲଗାମ ଲଗାଇବା ଦରକାର ବୋଲି କହିଛନ୍ତି । ନୟାଗଡ଼ ଏନଏସିର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କୁହନ୍ତି, ଘରୋଇ ବସ ଏବେ ଯାତ୍ରୀଙ୍କୁ ଲୁଟି ଚାଲିଛନ୍ତି । ନୟାଗଡ଼ରୁ ଓଡଗଁା ୨୫ କି.ମି.କୁ ଯେପରି ୪୦ ଟଙ୍କା ନେଉଛନ୍ତି ନୟାଗଡ଼ରୁ ଭୁବନେଶ୍ୱର ମଧ୍ୟ ଅଧିକ ଭଡା ନେଉଛନ୍ତି । ଘରୋଇ ବସ ମାଲିକମାନେ ମିଶି ମନଇଛା ଭଡ଼ା ଲାଗୁ କରିଛନ୍ତି । ସରକାର ଓ ପ୍ରଶାସନ ଏହାର ତର୍ଜମା କରିବା ଦରକାର । ବସ ମାଲିକ ଯଦି ଭଡା ନିର୍ଦ୍ଧାରଣ କରିବେ ତେବେ ପରିବହନ କମିଶନରଙ୍କ ପଦବୀର ଆବଶ୍ୟକତା ନାହିଁ । ଆରଟିଓ ଏହାକୁ ଅଣଦେଖା କରୁଥିବାରୁ ଜିଲାବାସୀଙ୍କ ସ୍ବାର୍ଥଦୃଷ୍ଟିରୁ ଜିଲାପାଳ ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ଦେଖା ଦେଇଛି। ଓଡଗାଁର ରମାମଣୀ ମଳିକ କୁହନ୍ତି, ବସ୍‌ଭଡା ନେଇ ବସ କର୍ମଚାରୀଙ୍କ ଜୁଲମ ବଢ଼ି ଚାଲଛି । ମନଇଛା ବସ ଭଡ଼ା ଆଦାୟ କରାଯାଉଛି। ନୟାଗଡ଼ ଓଡଗାଁ ଯାତ୍ରୀଙ୍କ ପରି ଜିଲାର ସବୁ ଅଞ୍ଚଳ ଯାତ୍ରୀ ଠକେଇର ଶିକାର ହେଉଛନ୍ତି। ବେଆଇନ ବସ୍‌ଭଡାକୁ ସମସ୍ତେ ବିରୋଧ କରିବା ଦରକାର। ଏଥିପାଇଁ ଆନ୍ଦୋଳନ ହେବା ଦରକାର।

ବେଆଇନ ଭଡ଼ା ଆଦାୟକୁ ନେଇ ଉତ୍ତେଜନା
ବେଆଇନ ବସଭଡା ଆଦାୟକୁ ନେଇ ନୟାଗଡ଼ା ଜିଲା ସଦର ମହକୁମାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶନିବାର ଉତ୍ତେଜନା ଦେଖା ଦେଇଥିଲା । ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଶୁଭମ୍‌ ବସ୍‌(ନଂ.ଓଡି୨୫ଡି ୫୫୫୬) କଣ୍ଡକ୍ଟର ୧୦ ଟଙ୍କା ଫେରାଇ ନିଜର ଦୋଷ ସ୍ବୀକାର କରିବା ପରେ ଉତ୍ତେଜନା ଥମିଥିଲା। ଶୁଭମ ବସ କଣ୍ଡକ୍ଟର ନୟାଗଡ଼ରୁ ଓଡଗାଁକୁ ବସ ଭଡ଼ା ୪୦ ଟଙ୍କା ମାଗିଥିଲେ । ୨୫ କି.ମି. ପାଇଁ ୪୦ ଟଙ୍କା କିପରି ହେଲା ପ୍ରଶ୍ନ କରିବାରୁ କଣ୍ଡକ୍ଟର ଖରାପ ବ୍ୟବହାର ଦେଖାଇଥିଲେ। ଏପରି କି ବସରୁ ଚାଲିଯାଅ କହିଥିଲେ । ବେଆଇନ ବସ ଭଡ଼ା ଓ କଣ୍ଡକ୍ଟରଙ୍କର ଖରାପ ବ୍ୟବହାର ନେଇ ଯାତ୍ରୀ ପ୍ରତିବାଦ କରିବାରୁ ଧିରେ ଧିରେ ଏହା ପ୍ରତି ସମର୍ଥନ ବଢ଼ି ଚାଲିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରି କଣ୍ଡକ୍ଟର ଯାତ୍ରୀଙ୍କୁ ୧୦ ଟଙ୍କା ଫେରାଇ ନେଇଥିଲେ । ତଥାପି ଯାତ୍ରୀ ଯୁକ୍ତି ବାଢ଼ିଥିଲେ ପୁଣି ଅଧିକ ଭଡ଼ା ନେଇଗଲ। ଏହା ପରେ କଣ୍ଡକ୍ଟର ଯାତ୍ରୀଙ୍କୁ ଆଉ କିଛି ନ କହି ଚୁପ ରହିବାକୁ ନିବେଦନ କରି ବସକୁ ନେଇ ଯାଇଥିଲେ । ଘଟଣା ସମ୍ପର୍କରେ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି ଯାତ୍ରୀଙ୍କଠାରୁ ବେଆଇନ ଭାବେ ବସଭଡ଼ା ଆଦାୟ ନେଇ ମୁଁ ଅବଗତ ନ ଥିଲି। ତେବେ ଏହାକୁ ଗୁରୁତର ସହ ନେଉଛୁ । ଶୁଭମ ବସକୁ ଏନେଇ ପଚରାଉଚୁରା କରାଯିବ। ପୁଣି ଧରପଗଡ଼ କାର୍ଯ୍ୟକ୍ରମକୁ ତ୍ୱରନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri