ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ କର୍ମଚାରୀ

ନୟାଗଡ଼,୨୫।୨(ଲୋକନାଥ ମିଶ୍ର) ନୟାଗଡ଼ରୁ ଓଡଗାଁ ୨୫ କି.ମି.କୁ ସରକାରୀ ଭଡ଼ା ୨୩ରୁ ୨୪ ଟଙ୍କା ଥିବାବେଳେ ଅଡିନାରୀ ଓ ଏକ୍ସପ୍ରେସ ବସ ଯାତ୍ରୀଙ୍କଠାରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ବେଆଇନ ବସଭଡ଼ାକୁ ନେଇ ଯାତ୍ରୀ ପ୍ରତିବାଦ କଲେ ବସରୁ ଓହ୍ଲାଇ ଯାଅ ବୋଲି କହି ତଡି ଦେଉଛନ୍ତି । ଏପରିକି ଖରାପ ବ୍ୟବହାର ଦେଖାଉଛନ୍ତି । ବସ କର୍ମଚାରୀଙ୍କ ରୁକ୍ଷ ଓ ଅଶ୍ଲୀଳ ବ୍ୟବହାର ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର ନାହିଁ। ଜିଲା ସଦର ମହକୁମାରେ ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବେଆଇନ ଭାବେ ଅଧିକ ବସ ଭଡ଼ା ଆଦାୟ ଚାଲିଛି । ବସ ଭଡ଼ାରେ ଯାତ୍ରୀଙ୍କୁ ଲୁଟ୍‌ କରାଯାଉଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଯାଞ୍ଚ ଓ ଧରପଗଡ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।
ପ୍ରକାଶ ଯେ, ଅଡିନାରୀ ବସରେ ୧ କି.ମି. ପିଛା ସରକାର ୯୨ ପଇସା ଲାଗୁ କରିଥିବାବେଳେ ଏକ୍ସପ୍ରେସ ବସରେ ସରକାର ୯୬ ପଇସା ଲାଗୁ କରିଛନ୍ତି । ଏନେଇ ୧୮।୪।୨୦୨୨ରେ ପରିବହନ କମିଶନର ଓଡିଶାଙ୍କ ପକ୍ଷରୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ହେଲେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନଁା ସେନେଇ ସମୀକ୍ଷା ହେଉ ନ ଥିବାରୁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଏନେଇ ଓଡଗାଁର ଘନଶ୍ୟାମ ସାହୁ କୁହନ୍ତି, ସରକାର ବସ ଭଡା ନିର୍ଦ୍ଧାରଣ କରୁଛନ୍ତି । ହେଲେ ଘରୋଇ ବସ ଠିକ ଭାବେ ବସ ଭଡା ନେଉଛନ୍ତି ନଁା ଅଧିକ ନେଉଛନ୍ତି ତାର ଯାଞ୍ଚ କି ଧରପଗଡ କରାଯାଉ ନାହିଁ। ଯାତ୍ରୀ ବର୍ଷ ତମାମା ଅଧିକ ଭଡା ଦେଇ ସିଟ୍‌ ପାଉ ନାହିଁ । ପୁଣି ଖରାପ ବ୍ୟବହାର ସହ୍ୟ କରୁଛି । ଯାତ୍ରୀଙ୍କ ଦୁର୍ଦ୍ଦଶା ଦେଖିଲେ ନୟାଗଡ଼ରେ ଆରଟିଓ ଥିଲା ପରି ଲାଗୁନି । ସରକାର ଓ ଜିଲା ପ୍ରଶାସନ ଏଥିରେ ଲଗାମ ଲଗାଇବା ଦରକାର ବୋଲି କହିଛନ୍ତି । ନୟାଗଡ଼ ଏନଏସିର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କୁହନ୍ତି, ଘରୋଇ ବସ ଏବେ ଯାତ୍ରୀଙ୍କୁ ଲୁଟି ଚାଲିଛନ୍ତି । ନୟାଗଡ଼ରୁ ଓଡଗଁା ୨୫ କି.ମି.କୁ ଯେପରି ୪୦ ଟଙ୍କା ନେଉଛନ୍ତି ନୟାଗଡ଼ରୁ ଭୁବନେଶ୍ୱର ମଧ୍ୟ ଅଧିକ ଭଡା ନେଉଛନ୍ତି । ଘରୋଇ ବସ ମାଲିକମାନେ ମିଶି ମନଇଛା ଭଡ଼ା ଲାଗୁ କରିଛନ୍ତି । ସରକାର ଓ ପ୍ରଶାସନ ଏହାର ତର୍ଜମା କରିବା ଦରକାର । ବସ ମାଲିକ ଯଦି ଭଡା ନିର୍ଦ୍ଧାରଣ କରିବେ ତେବେ ପରିବହନ କମିଶନରଙ୍କ ପଦବୀର ଆବଶ୍ୟକତା ନାହିଁ । ଆରଟିଓ ଏହାକୁ ଅଣଦେଖା କରୁଥିବାରୁ ଜିଲାବାସୀଙ୍କ ସ୍ବାର୍ଥଦୃଷ୍ଟିରୁ ଜିଲାପାଳ ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ଦେଖା ଦେଇଛି। ଓଡଗାଁର ରମାମଣୀ ମଳିକ କୁହନ୍ତି, ବସ୍‌ଭଡା ନେଇ ବସ କର୍ମଚାରୀଙ୍କ ଜୁଲମ ବଢ଼ି ଚାଲଛି । ମନଇଛା ବସ ଭଡ଼ା ଆଦାୟ କରାଯାଉଛି। ନୟାଗଡ଼ ଓଡଗାଁ ଯାତ୍ରୀଙ୍କ ପରି ଜିଲାର ସବୁ ଅଞ୍ଚଳ ଯାତ୍ରୀ ଠକେଇର ଶିକାର ହେଉଛନ୍ତି। ବେଆଇନ ବସ୍‌ଭଡାକୁ ସମସ୍ତେ ବିରୋଧ କରିବା ଦରକାର। ଏଥିପାଇଁ ଆନ୍ଦୋଳନ ହେବା ଦରକାର।

ବେଆଇନ ଭଡ଼ା ଆଦାୟକୁ ନେଇ ଉତ୍ତେଜନା
ବେଆଇନ ବସଭଡା ଆଦାୟକୁ ନେଇ ନୟାଗଡ଼ା ଜିଲା ସଦର ମହକୁମାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶନିବାର ଉତ୍ତେଜନା ଦେଖା ଦେଇଥିଲା । ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଶୁଭମ୍‌ ବସ୍‌(ନଂ.ଓଡି୨୫ଡି ୫୫୫୬) କଣ୍ଡକ୍ଟର ୧୦ ଟଙ୍କା ଫେରାଇ ନିଜର ଦୋଷ ସ୍ବୀକାର କରିବା ପରେ ଉତ୍ତେଜନା ଥମିଥିଲା। ଶୁଭମ ବସ କଣ୍ଡକ୍ଟର ନୟାଗଡ଼ରୁ ଓଡଗାଁକୁ ବସ ଭଡ଼ା ୪୦ ଟଙ୍କା ମାଗିଥିଲେ । ୨୫ କି.ମି. ପାଇଁ ୪୦ ଟଙ୍କା କିପରି ହେଲା ପ୍ରଶ୍ନ କରିବାରୁ କଣ୍ଡକ୍ଟର ଖରାପ ବ୍ୟବହାର ଦେଖାଇଥିଲେ। ଏପରି କି ବସରୁ ଚାଲିଯାଅ କହିଥିଲେ । ବେଆଇନ ବସ ଭଡ଼ା ଓ କଣ୍ଡକ୍ଟରଙ୍କର ଖରାପ ବ୍ୟବହାର ନେଇ ଯାତ୍ରୀ ପ୍ରତିବାଦ କରିବାରୁ ଧିରେ ଧିରେ ଏହା ପ୍ରତି ସମର୍ଥନ ବଢ଼ି ଚାଲିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରି କଣ୍ଡକ୍ଟର ଯାତ୍ରୀଙ୍କୁ ୧୦ ଟଙ୍କା ଫେରାଇ ନେଇଥିଲେ । ତଥାପି ଯାତ୍ରୀ ଯୁକ୍ତି ବାଢ଼ିଥିଲେ ପୁଣି ଅଧିକ ଭଡ଼ା ନେଇଗଲ। ଏହା ପରେ କଣ୍ଡକ୍ଟର ଯାତ୍ରୀଙ୍କୁ ଆଉ କିଛି ନ କହି ଚୁପ ରହିବାକୁ ନିବେଦନ କରି ବସକୁ ନେଇ ଯାଇଥିଲେ । ଘଟଣା ସମ୍ପର୍କରେ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି ଯାତ୍ରୀଙ୍କଠାରୁ ବେଆଇନ ଭାବେ ବସଭଡ଼ା ଆଦାୟ ନେଇ ମୁଁ ଅବଗତ ନ ଥିଲି। ତେବେ ଏହାକୁ ଗୁରୁତର ସହ ନେଉଛୁ । ଶୁଭମ ବସକୁ ଏନେଇ ପଚରାଉଚୁରା କରାଯିବ। ପୁଣି ଧରପଗଡ଼ କାର୍ଯ୍ୟକ୍ରମକୁ ତ୍ୱରନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri