Categories: ଖେଳ

ବୟଫ୍ରେଣ୍ଡ୍‌ ଶ’ଙ୍କ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ ଦେଲେ ଏମିତି ପ୍ରତିକ୍ରିୟା

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଇପିଏଲ୍‌ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୩୮ଟି ବଲ୍‌ରୁ ୭୨ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ଏହା ପରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ପ୍ରାଚୀ ସିଂଙ୍କ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖିଛନ୍ତି ଶ’ଙ୍କ ଚମତ୍କାର ଆରମ୍ଭ। ଏହାସହ ସେ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ଟେଷ୍ଟ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିବା ପୃଥ୍ବୀ ଶ’ ଅଭିନେତ୍ରୀ ପ୍ରାଚୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ଏହାପୂର୍ବରୁ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ବାର୍ତ୍ତାଳାପ ଦେଖି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି। ପୂର୍ବରୁ ଶ’ ଏବଂ ପ୍ରାଚୀଙ୍କ ମଧ୍ୟରେ ବେଶ ଭଲ ବନ୍ଧୁତା ଥିବା ଜଣାପଡିଛି। କ୍ରିକେଟରୁ ସମୟ ମିଳିଲେ ପ୍ରାଚୀଙ୍କ ସହ ବୁଲିବାକୁ ଯାଆନ୍ତି ଶ’। ଗତକିଛିଦିନ ତଳେ ପ୍ରାଚୀଙ୍କ ସହ ଶ’ ଥଟ୍ଟାମଜା କରୁଥିବା ଚାଟ ଏବେ ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ପରବର୍ତ୍ତୀ ସୁପରଷ୍ଟାର ଭାବରେ ଶ’ଙ୍କୁ ସଚିନ ତେନ୍ଦୁଲକର ଏବଂ ବ୍ରାଏନ ଲାରାଙ୍କ ଭଳି କିମ୍ବଦନ୍ତୀ ସହିତ ତୁଳନା କରାଯାଏ। ତେବେ ଆହତ କାରଣରୁ ଶ’ କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ରହିଥିଲେ।

 

Share