Categories: ଖେଳ

ପୃଥ୍ବୀ ଶ’ଙ୍କ କମାଲ

ଲଣ୍ଡନ,୧୪।୮:ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଜିକାଲି ରୟାଲ ଲଣ୍ଡନ ୱାନ ଡେ କପରେ କାଉଣ୍ଟି ଦଳ ନର୍ଥମ୍ପଟାୟଶାୟାର ପାଇଁ ଖେଳୁଛନ୍ତି। ଶ’ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଚମତ୍କାର ଖେଳିଛନ୍ତି। ଡେବ୍ୟୁ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଥିବା ଶ’ ତୃତୀୟ ମ୍ୟାଚ୍‌ରେ ମଧ୍ୟ ଏକ ଚମତ୍କାର ଶତକୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ରୟାଲ ଲଣ୍ଡନ ୱାନ ଡେ କପରେ ପୃଥ୍ବୀ ଶ’ଙ୍କ ପାଇଁ ଆରମ୍ଭ ଭଲ ନ ଥିଲା। ପ୍ରଥମ ମ୍ୟାଚ୍‌ରେ ବାଉନ୍ସର୍‌ ବଲ୍‌ରେ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ଶ’ ୨୪୪ ରନ ରେକର୍ଡ ଶତକୀୟ ଇନିଂସ ଖେଳିଥିଲେ। ବର୍ତ୍ତମାନ ସମାନ ଫର୍ମ ଜାରି କରି ଡରହମ ବିପକ୍ଷ ମ୍ୟାଚରେ ସେ ଅପରାଜିତ ୧୨୫ ସ୍କୋର କରିଥିଲେ ଏବଂ ଦଳର ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଶ’ ଏହି ମ୍ୟାଚରେ ମାତ୍ର ୬୮ ବଲରେ ଶତକ ପୂରଣ କରିଥିଲେ। ଏଥିସହିତ ଶଙ୍କର ୧୨୫ ରନର ଅପରାଜିତ ଇନିଂସରେ ୧୫ ଚୌକା ଓ ୭ ଛକା ମାରିଥିଲେ।
ପୃଥ୍ବୀ ଶ’ଙ୍କ ପାଇଁ ଗତ କିଛି ବର୍ଷ ପ୍ରଦର୍ଶନ ଦୃଷ୍ଟିକୋଣରୁ ଆଦୌ ଭଲ ପ୍ରମାଣିତ ହୋଇ ନ ଥିଲା। ଜୁଲାଇ ୨୦୨୧ରେ, ସେ ଶେଷ ଥର ପାଇଁ ଭାରତୀୟ ଦଳ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ। ସେବେଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇନାହାଁନ୍ତି।

Share