ମାତ୍ର ୧୮ ବର୍ଷ ବୟସରେ ଟେଷ୍ଟ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିବା ପୃଥ୍ବୀ ଶ’ ଏବେ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ପ୍ରାଚୀ ସିଂ। ସୋସିଆଲ ମିଡିଆରେ ବାର୍ତ୍ତାଳାପ ଦେଖି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି। ପୂର୍ବରୁ ଶ’ ଏବଂ ପ୍ରାଚୀଙ୍କ ମଧ୍ୟରେ ବେଶ୍ ଭଲ ବନ୍ଧୁତା ଥିବା ଜଣାପଡିଛି। କ୍ରିକେଟରୁ ସମୟ ମିଳିଲେ ପ୍ରାଚୀଙ୍କ ସହ ବୁଲିବାକୁ ଯାଆନ୍ତି ଶ’। ଭାରତୀୟ ଦଳର ଆଗାମୀ ଷ୍ଟାର୍ କୁହାଯାଉଥିବା ଶ’ ଏବେ ଆଇପିଏଲ୍ ଖେଳିବା ପାଇଁ ୟୁଏଇ ଯାଇଛନ୍ତି। ସେଠାରେ ସୋସିଆଲ ମିଡିଆରେ ସେ ପ୍ରାଚୀଙ୍କ ସହ ଥଟ୍ଟାମଜା କରୁଥିବା ଚାଟ୍ ଏବେ ଭାଇରାଲ ହୋଇଛି। ଭଭୟ ପରସ୍ପରକୁ ମିସ୍ କରୁଥିବା ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ପରବର୍ତ୍ତୀ ସୁପରଷ୍ଟାର ଭାବରେ ଶ’ଙ୍କୁ ସଚିନ ତେନ୍ଦୁଲକର ଏବଂ ବ୍ରାଏନ ଲାରାଙ୍କ ଭଳି କିମ୍ବଦନ୍ତୀ ସହିତ ତୁଳନା କରାଯାଏ। ତେବେ ଆହତ କାରଣରୁ ଶ’ କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ରହିଥିଲେ।


