Categories: ଖେଳ

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି କୋଲକତାକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଡେଭିଡ ଓ୍ବାର୍ନର(୬୧) ଏବଂ ପୃଥ୍ବୀ ଶ’(୫୧)ଙ୍କ ଅର୍ଦ୍ଧଶତକ ଏବଂ ଅକ୍ଷର ପଟେଲ(୨୨), ଶାର୍ଦ୍ଦୁଳ ଠାକୁର(୨୯)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ ନିଦର୍ଦ୍ଧାରିତ ଓଭରରେ ୫ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। କୋଲକତା ପକ୍ଷରୁ ସୁନୀଲ ନାରିନ ୨ ଉଇକେଟ୍‌ ନେଇଥିବାବେଳେ ଉମେଶ ଯାଦବ, ଆନ୍ଦ୍ରେ ରଶେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ଏହି ମ୍ୟାଚ୍‌ରେ କୋଲକତା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ କୋଲକାତା ନାଇଟ ରାଇଡର୍ସଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି। ଆଇପିଏଲ୍‌ ୨୦୨୨ରେ କେକେଆର୍‌ ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ପୂର୍ବ ମ୍ୟାଚ ଜିତିବାରେ କୋଲକତା ସଫଳ ହୋଇଥିବାବେଳେ ଦିଲ୍ଲୀର ଦଳ କ୍ରମାଗତ ଦୁଇଟି ମ୍ୟାଚ ହାରିଛି। ଏହି ମ୍ୟାଚରେ ବିଜୟ ଧାରା ବଜାୟ ରଖିବାକୁ ଶ୍ରେୟସ ଆୟରଙ୍କ ଦଳ ଦୃଷ୍ଟି ଦେବ। ଦିଲ୍ଲୀ କ୍ୟାପିଟାଲ୍ସର ଦଳ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ।

Share