ପ୍ରୀତମ ଜୁଏଲେରି ଉଦ୍‌ଘାଟିତ

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ଲାବଣ୍ୟଛକ ନିକଟରେ ଅତ୍ୟାଧୁନିକ ସୁନା ଗହଣା ଦୋକାନ ‘ପ୍ରୀତମ ଜୁଏଲେରୀ’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ବଲିଉଡ଼ ଅଭିନେତ୍ରୀ ଫାତିମା ସାନା ସେଖ୍‌ ଫିତାକାଟି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାତିମା ସୁନା ଗହଣା ଦୋକାନକୁ ବୁଲି ଦେଖିବା ସହ ବିଭିନ୍ନ ଡିଜାଇନର ଅତ୍ୟାଧୁନିକ ସୁନା, ରୂପା ଓ ହୀରାରେ ର୍ନିମିତ ଗହଣାକୁ ଦେଖି ବେଶ ପ୍ରଶଂସା କରଥିଲେ। ମୁଖ୍ୟତଃ ଏଠାରେ ସୁନା ଗହଣା ବମ୍ବେ ଡିଜାଇନ, କଟକର ତାରକଶି ଡିଜାଇନ ଉପଲବ୍ଧ ରହିଛି। ଉଦ୍‌ଘାଟନ ସମୟରେ ଗ୍ରାହକଙ୍କ ଗହଳୀ ଲାଗିଥିଲା। ସୋରୁମର ସତ୍ତ୍ୱାଧିକାରୀ ପ୍ରଦୀପ କୁମାର ବାରିକ ଓ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ପରିବାରବର୍ଗଙ୍କ ସମେତ କେନ୍ଦୁଝରଗଡ଼ ଉପନଗରପାଳ ବରଦା ପ୍ରସନ୍ନ ଦାସ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲାବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଭଳି ଉନ୍ନତମାନର ସୁନା ଗହଣା ଯୋଗାଇ ଦିଆଯାଇ ପାରିବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିବା ସତ୍ତ୍ୱାଧିକାରୀ କହିଛନ୍ତି। ଉଦଘାଟନ ଦିବସଠାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଗହଣା ଉପରେ ସ୍ବତନ୍ତ୍ର ରିଆତି ପ୍ରଦାନ ଜାରି ରହିବ ବୋଲି ଅନ୍ୟତମ ସତ୍ତ୍ୱାଧିକାରୀ ବାରିକ କହିଛନ୍ତି। ଏହି ଅବସରରେ ମେଲୋଡି, ରାମ୍ପ ସୋ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।