ଜେଲରେ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଛନ୍ତି ଲଭ ୟୁ ମଞ୍ଜୁ

ସୋହେଲା,୧୦।୫((ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ସବ୍‌ଜେଲରେ ମଙ୍ଗଳବାର ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧୀନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ସୋହେଲା ସବ୍‌ଜେଲରେ ଥିଲେ। ମଙ୍ଗଳବାର ଭୋର୍‌ରେ ସେ ଜେଲ ପାଇଖାନା ଭିତରକୁ ଯାଇଥିଲେ। ସେଠାରେ ସେ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୋହେଲା ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ତେବେ ମୃତକ ଜଣକ ହାତ ପାପୁଲିରେ ଲଭ ୟୁ ମଞ୍ଜୁ ଲେଖିଥିବା ଦେଖିବାକୁ ମିଳିଛି। ହେଲେ ମଞ୍ଜୁ ତାଙ୍କ ସ୍ତ୍ରୀଙ୍କ ନାଁ ବୋଲି ଜଣାପଡିଛି।