Categories: ଜାତୀୟ

କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୨୭।୧ : କଏଦୀଙ୍କ ମୌଳିକା ଅଧିକାର ନେଇ ମାଡ୍ରାସ ହାଇକୋର୍ଟ ଏକ ରାୟରେ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସାମ୍ବିଧାନିକ ଧାରା ୨୧ ର ଉଲ୍ଲଂଘନ ହେବ କି ନାହିଁ ଏବଂ ଜରୁରୀକାଳୀନ ଛୁଟି କିମ୍ବା ସାଧାରଣ ଛୁଟି ଦେବା ଅନୁରୋଧର ବିଚାର କରାଯାଇ ପାରିବ କି ନାହିଁ ? ଯେହେତୁ ଏପରି କରାଯିବା ଦ୍ୱାରା ପରୋକ୍ଷରେ ଦୋଷୀ କଏଦୀଙ୍କ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଦାମ୍ପତ୍ୟ ଅଧିକାରକୁ ଉଲ୍ଲଂଘନ କରାଯାଉଥିବା ଆବେଦନରେ ଦର୍ଶାଯାଇଥିଲା।

ବୈବାହିକ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଦୋଷୀଙ୍କୁ ଜରୁରୀକାଳୀନ ଛୁଟି କିମ୍ବା ସାଧାରଣ ଛୁଟି ପ୍ରଦାନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେବାର ଅଧିକାର ଉପରେ ନିଷ୍ପତ୍ତି ନେବାବେଳେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ପକ୍ଷରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ, ଜଷ୍ଟିସ ପିଡି ଅଧିକେସଭାଲୁ ଏବଂ ଜଷ୍ଟିସ ପୁଷ୍ପା ସଥ୍ୟନାରାୟଣଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ରାୟ ପ୍ରଦାନ କରାଯାଇଛି ଯେ, କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ।

ଦୋଷୀ ଏପରି ଅଧିକାର ଦାବି କରିପାରନ୍ତି ଯଦି ଏହା ଅସାଧାରଣ କାରଣ ହୋଇଥିବ ଅଥବା ଏହା ବନ୍ଧ୍ୟାକରଣରେ ଦର୍ଶାଯାଇଥିବା କାରଣର ପରିଭାଷିତ ହୋଇଥାଏ। ଖଣ୍ଡପୀଠ କହିଛନ୍ତି ଯେ ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଆବେଦନକାରୀଙ୍କ ପ୍ରାର୍ଥନା, ଯେତେବେଳେ ଦୋଷୀ ଏବଂ ସ୍ତ୍ରୀଙ୍କର କୌଣସି ସନ୍ତାନ ହେଉ ନାହାଁନ୍ତି। ସେତେବେଳେ ୧୯୮୨ ର ନିୟମ 20 (୭) ଅନ୍ତର୍ଗତ ଏହା ଏକ ଅସାଧାରଣ କାରଣ। ତେବେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯଦି ସାଧାରଣ ଭାବେ ଦମ୍ପତିଙ୍କର ସନ୍ତାନ ହୋଇପାରୁଛି ତେବେ ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଛୁଟି ମାଗିବାକୁ ଅସାଧାରଣ କାରଣ ଭାବରେ ଗ୍ରହଣ କରାଯିବ ନାହିଁ। ଦୋଷୀ କଏଦୀ ସମାନ କାରଣରୁ ବାରମ୍ବାର ଅସାଧାରଣ କାରଣ ବର୍ଗରେ ଛୁଟି ମାଗି ପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share