ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ କରି
ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି। ଆଜି ସକାଳେ ଜେଲରେ କଏଦୀ ବଲାଙ୍ଗୀର ସଦର ଥାନା କୁଷଙ୍ଗ ଗାଁର ଭୀଷ୍ମଦେବ ଓରଫ ଗୋପାଳ ସାହୁ ( ୩୭)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଗତ ୨୦୨୧ ମସିହାରେ ସେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୨୩ରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦଣ୍ଡରେ ଦଣ୍ଡିତ କରିଥିଲେ।

ଆଜି ସକାଳେ ଭୀଷ୍ମଦେବ ନିଜ ଗାମୁଛାରେ ଜେଲ ପରିସର ଭିତରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏହାପରେ ଭୀଷ୍ମଦେବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଜେଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ପରିବାର ଲୋକେ ଜେଲ ଭିତରେ ଭୀଷ୍ମଦେବଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଜେଲ ଅଧୀକ୍ଷକ ଉମାଶଙ୍କର ମାଝୀ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ…

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ: ରାଗରେ ନିଆଁବାଣ PCB

ନୂଆଦିଲ୍ଲୀ,୧୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ (KKR) ଦଳ ମୁଖ୍ୟ ଖବର ପାଲଟିଛି। ଗୋଟିଏ ପଟେ, ହର୍ଷିତ ରାଣା ଆଘାତ ଯୋଗୁ…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

ଶୁଭମନ ଗିଲଙ୍କୁ ସବୁଠାରୁ ବଡ଼ ପୁରସ୍କାର; ଘୋଷଣା କଲା ବିସିସିଆଇ – ବିରାଟ, ରୋହିତ, ବୁମରାଙ୍କୁ କିଛି ନାହିଁ

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁବମନ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। BCCI ନମନ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri