Categories: ଜାତୀୟ

କଏଦୀଙ୍କ ମୃତ୍ୟୁ ପରେ ଜେଲରେ ହିଂସା, ୩୦ ପୋଲିସ ଆହତ

ଫାରୁଖାବାଦ(ୟୁପି),୭।୧୧: ଉତ୍ତରପ୍ରଦେଶର ଫାରୁଖାବାଦ ଜେଲ୍‌ରେ ରବିବାର ଜଣେ କଏଦୀ ଡେଙ୍ଗୁରେ ପ୍ରାଣ ହରାଇବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜେଲ୍‌ ଅନ୍ତେବାସୀମାନଙ୍କ ଆକ୍ରମଣରେ ୩୦ ଜଣ ପୋଲିସ କର୍ମଚାରୀ ଓ ୬ ବନ୍ଦୀ ଆହତ ହୋଇଛନ୍ତି।

ସାଇଫାଇ ମେଡିକାଲ କଲେଜରେ ଜଣେ କଏଦୀ ଡେଙ୍ଗୁରେ ମୃତ୍ୟୁ ଘଟିବା ଖବର ପାଇବା ପରେ ଅନ୍ୟ ବନ୍ଦୀମାନେ ସେଠାରେ ନିୟୋଜିତ ପୋଲିସ ଉପରକୁ ଟେକା ମାଡ଼ କରିଥିଲେ। ଏଥିସହ ସେମାନେ ଜେଲ୍‌ ପରିସରରେ ପୋଡ଼ାଜଳା କରିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଡାକିବାକୁ ପଡ଼ିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ତେବାସୀଙ୍କ ଆକ୍ରମଣରେ ଉପଜେଲରଙ୍କ ସମେତ ୩୦ ପୋଲିସ ଆହତ ହୋଇଥିବା ଏସ୍‌ପି ଅଶୋକ କୁମାର ମୀନା ସୂଚନା ଦେଇଛନ୍ତି। ତଦନ୍ତ ପରେ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ଜିଲାପାଳ ସଞ୍ଜୟ କୁମାର ସିଂ କହିଛନ୍ତି।

Share