‘ମୂଳ ପୀଠକୁ ଅଗ୍ରାଧିକାର ଦିଆଯାଉ’

ପୁରୀ ଅଫିସ,୨୭ା୬: ସମ୍ପ୍ରତି ରଥର ଉଚ୍ଚତାକୁ ନେଇ ପ୍ରତିଯୋଗିତା ଚାଲିଛି। ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ କେନ୍ଦୁଝରର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ଉଚିତ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିବା ପରେ ବିବାଦ ମୁଣ୍ଡ ଟେକିଛି। ଗଜପତି ମହାରାଜା କହିଛନ୍ତି, ପୁରୁଷୋତ୍ତମ କ୍ଷେତ୍ରକୁ ସର୍ବାଧିକ ମାନ୍ୟତା ଦିଆଯାଇ ଥାଏ। ଏଠାରେ ନିର୍ମାଣ ହେଉଥିବା ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ଅନୁଚିତ। ଶ୍ରୀଜଗନ୍ନାଥ ଗବେଷକମାନେ ମଧ୍ୟ ସମାନ କଥା କହିବେ। ଶ୍ରୀକ୍ଷେତ୍ରର ରଥକୁ ସମ୍ମାନ ଦେଇ ଗଡ଼ଜାତ ରାଜ୍ୟର ଶାସକମାନେ ପୁରୀ ରଥଠାରୁ ଛୋଟ ରଥ ନିର୍ମାଣ କରୁଥିଲେ। ସେହିଭଳି ପୁରୀରେ ରଥଯାତ୍ରା ସରିବା ପରେ ଅନ୍ୟ ସ୍ଥାନରେ ରଥ ନିର୍ମାଣ ହେଉଥିଲା। ମାତ୍ର ଏହି ପରମ୍ପରାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ମୂଳ ପୀଠର ଅନୁସରଣ ପୂର୍ବକ ପରମ୍ପରା ରକ୍ଷା କରାଯାଉ। ଏହା ବିରୋଧରେ କୌଣସି କାର୍ଯ୍ୟ କରାଯିବା ଉଚିତ ନୁହେଁ। ଗଜପତିଙ୍କ ଏଭଳି ପ୍ରତିକ୍ରିୟା ପରେ ପୁରୀ ସହରର ବୁଦ୍ଧିଜୀବୀ, ଜଗନ୍ନାଥ ସଂସ୍କୃତିପ୍ରେମୀ ଓ ସେବାୟତମାନେ ତାଙ୍କୁ ସମର୍ଥନ ଜଣାଇବା ସହ ମନମୁଖି କାର୍ଯ୍ୟକୁ ବିରୋଧ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ଆରାଧ୍ୟ ଦେବତା। ଏଣୁ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ପରମ୍ପରାକୁ ଅଗ୍ରାଧିକାର ମିଳିବା ଦରକାର। ମହାପ୍ରଭୁଙ୍କର ଏହା ମୂଳପୀଠ। ମୂଳପୀଠର ପରମ୍ପରା ସମ୍ପ୍ରସାରିତ ହେଉ, ମାତ୍ର ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରା ନ ଯାଉ ବୋଲି ବରିଷ୍ଠ ସେବାୟତମାନେ ମତ ରଖିଛନ୍ତି। ଏହି ପ୍ରସଙ୍ଗରେ ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ଗଜପତିଙ୍କ ପ୍ରତିକ୍ରିୟା ସହ ସେବାୟତମାନେ ଏକମତ। ଯେକେହି ମହାପ୍ରଭୁଙ୍କ ରଥଠାରୁ ଉଚ୍ଚ ରଥ ନିର୍ମାଣ କରିପାରିବେ ନାହିଁ। ଏଭଳି ମନମୁଖି କାର୍ଯ୍ୟକଳାପକୁ ବିରୋଧ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୀଠ ଆଧାରରେ କାର୍ଯ୍ୟ ହେବା ଉଚିତ। ୭୨ଫୁଟ୍‌ ଉଚ୍ଚର ରଥ ନିର୍ମାଣ କରି କେହି ମହାପ୍ରଭୁଙ୍କ ପୁରୁଷୋତ୍ତମ କ୍ଷେତ୍ର ସହ ପ୍ରତିଯୋଗିତା କରିବା ଅଶୋଭନୀୟ କାର୍ଯ୍ୟ ସଦୃଶ। ଏହାପରେ ଅନ୍ୟ କୌଣସି ଅନୁଷ୍ଠାନ ଆସି ଶହେ ଫୁଟ୍‌ର ରଥ ନିର୍ମାଣ କରିବେ। ଏହିଭଳି ଭାବେ ପ୍ରତିଯୋଗିତା ଚାଲିିବ। ସମସ୍ତେ ବୁଝିବା ଦରକାର ଯେ, ଏହା ପ୍ରତିଯୋଗିତାର କ୍ଷେତ୍ର ନୁହେଁ। ମହାପ୍ରଭୁ ସବୁଠାରୁ ଊର୍ଦ୍ଧ୍ୱରେ। ଏଣୁ ରଥ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆଗାମୀ ଦିନରେ ସେବାୟତମାନେ ଏକଜୁଟ୍‌ ହୋଇ ଏହି କାର୍ଯ୍ୟକୁ ବିରୋଧ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁଙ୍କର ମୂଳପୀଠ। ତେଣୁ ମୂଳପୀଠର ପରମ୍ପରାକୁ ସମ୍ମାନ ଦେଇ କାର୍ଯ୍ୟ କରାଯିବା ଉଚିତ। ସେହିପରି ନନ୍ଦିଘୋଷ ରଥର ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ରଥ ନିର୍ମାଣ ନେଇ ପ୍ରତିଯୋଗିତା ହେବା ଠିକ୍‌ କଥା ନୁହେଁ। ମହାପ୍ରଭୁଙ୍କ ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ମଧ୍ୟ ଅନୁଚିତ। ଉଲ୍ଲେଖଯୋଗ୍ୟ, ଗତ ୨ତାରିଖରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିରର କେତେଜଣ ସେବାୟତ ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ସେବାୟତମାନଙ୍କୁ ଉଚ୍ଚ ରଥ ନିର୍ମାଣ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ଏହାକୁ ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇ ନ ଥିଲା। ଏବେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ପରେ ସେବାୟତମାନେ ଏ ନେଇ ସ୍ବର ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri