ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨

ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ ଉଦ୍ୟମ ଜାରି ରଖିଛି। ଗତ ୨୦୨୧ ଏପ୍ରିଲ ୧ତାରିଖରେ ଏହି ସଂସ୍ଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ୱ ନେଇଥିଲା। ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଥିବା ନେଇ ସମ୍ପୃକ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କମ୍ପାନୀ ପକ୍ଷରୁ କୁହାଯାଇଛି, ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଶ୍ରମିକ କର୍ମଚାରୀ ସଂଖ୍ୟା ବୃଦ୍ଧି ସହ ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋଭୋଲଟେଜ୍‌ ସ୍ଥିତି ସୁଧୁରୁଛି। ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ପୂର୍ବରୁ ବିପଜ୍ଜନକ ସ୍ଥିତିରେ ଥିବା ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମରଗୁଡ଼ିକର ଏବେ ରୂପାନ୍ତରଣ କରାଯାଉଛି। ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଥିବା (ଟିପିଏନ୍‌ଓଡିଏଲ୍‌) ବରିଷ୍ଠ ଅଧିକାରୀ ଭାସ୍କର ରାଓ କହିଛନ୍ତି।
ଅନୁସାରେ ୫ ଜିଲାରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୧୯ଲକ୍ଷ ୯୯ହଜାର ଛୁଇଁଥିବା ବେଳେ ସେମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଟ୍ରାନ୍ସଫର୍ମର ସଂଖ୍ୟା ୭୧ହଜାର ୩୫୮କୁ ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସଂଖ୍ୟା ୨୨୮ ଓ ପାୱାର ଟ୍ରାନ୍ସଫର୍ମର ସଂଖ୍ୟା ୫୦୫କୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଥିବା କର୍ମଚାରୀଙ୍କ ବ୍ୟତୀତ ଏବେ ବର୍ଷସାରା ବିଦ୍ୟୁତ୍‌ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମର ରକ୍ଷଣାବେକ୍ଷଣ ପାଇଁ ୭ ହଜାର ୧୯୫ଜଣ କ୍ଷେତ୍ର କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ମିଟର ବିଲିଂ କଲେକ୍ସନ ପାଇଁ ୧ହଜାର ୫୨୭ ଜଣ ଓ ମିଟର ରିପ୍ଲେସ ପାଇଁ ୪୪୨ ଜଣ କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତ୍ତା ଉପକରଣ ଯୋଗାଇ ଦିଆଯାଇଛି। ଫଳରେ ଦୁର୍ଘଟଣା ବି ହ୍ରାସ ପାଇଛି। ବିଦ୍ୟୁତ ବିଲ୍‌ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏମିତିକି ଘରେ ରହି ଲୋକେ ସେମାନଙ୍କ ବିଦ୍ୟୁତ୍‌ ଦେୟ ପ୍ରଦାନ କରିପାରୁଛନ୍ତି। ଲୋକଙ୍କ ସମସ୍ୟା ଗ୍ରହଣ ସହ ତ୍ୱରିତ୍‌ ନିରାକରଣ ପାଇଁ ସମାଧାନ କାଉଣ୍ଟର ମଧ୍ୟ ଖୋଲା ଯାଇଛି। ଆବଶ୍ୟକସ୍ଥଳେ ଅନଲାଇନ୍‌ରେ ବି ଆପତ୍ତି ଅଭିଯୋଗ ପ୍ରଦାନ ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଟାଟା ପାୱାର ବିଦ୍ୟୁତ୍‌ ଆବଣ୍ଟନରେ ରାଜ୍ୟ ପାଇଁ ଏକ ଉଦାହରଣ ହେବ ବୋଲି ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ବିଦ୍ୟୁତ୍‌ ସମସ୍ୟାର ଯେକୌଣସି ସମାଧାନ ପାଇଁ ମାଗଣା କଲ୍‌ ସେଣ୍ଟର ନମ୍ବର ୧୯୧୨/୧୮୦୦୩୪୫୬୭୧୮ ସୁବିଧା କରିଦିଆଯାଇଛି। ଉପଭୋକ୍ତାମାନେ ବିଦ୍ୟୁତ୍‌ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା ଅନୁସନ୍ଧାନ ପାଇଁ ଏହି ଟୋଲ୍‌ ଫ୍ରି କଲ୍‌ ସେଣ୍ଟରକୁ ଜଣାଇ ନିୟୋଜିତ ଏଜେଣ୍ଟଙ୍କ ଦ୍ୱାରା ଅଭିଯୋଗ ପଞ୍ଜିକରଣ କରାଇପାରିବେ। ପରେ ପଞ୍ଜିକରଣ ସମସ୍ୟା ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯାଇ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri