ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି।

କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଶିକ୍ଷକଙ୍କୁ ସ୍କୁଲକୁ ଯାଇ କାମ କରିବାକୁ ପଡୁଛି। ବର୍ତ୍ତମାନ ସ୍କୁଲରେ ଗରୀବ ଛାତ୍ରୀଛାତ୍ରଙ୍କୁ ଚାଉଳ ଏବଂ ସ୍କୁଲ ପୋଷାକ ବଣ୍ଟନ କରାଯାଉଛି। ଏହିପରି ଭାବେ ଭାଗଲପୁରର ସାନହୋଲା ବ୍ଲକର ମଦରଗଞ୍ଜ ସ୍କୁଲର ପ୍ରିନ୍ସପାଲ ବିନୋଦ କୁମାର ସିଂ ବିଦ୍ୟାଳୟ ପରିସରରେ ବସି ସିଗାରେଟ ଟାଣୁଥିଲେ। ଏହି ସମୟର ଦୃଶ୍ୟକୁ କେହି ଜଣେ ଭିଡିଓ କରିଥିଲେ। ପରେ ଏହି ଭିଡିଓ ସମଗ୍ର ଅଞ୍ଚଳରେ ଭାଇରାଲ ହୋଇଥିଲା। ଜଣେ ଗ୍ରାମବାସୀ ଏହି ଭିଡିଓକୁ ଜିଲା ଶିକ୍ଷାଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହାପରେ ଶିକ୍ଷା ବିଭାଗ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Share