ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍ସିସିଏଙ୍କୁ ଜାତିଆଣି ଆକ୍ଷେପ କରି ମାନସିକ ନିର୍ଯାତନା ଦେବା ସହ ଫେବର୍ ମାଗୁଥିବା ଅଭିଯୋଗ ଆସିଛି। ଏହାକୁ ନେଇ ଉପରୋକ୍ତ ୩ ମହିଳା କର୍ମଚାରୀ ଜିଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଏହି ଘଟଣା ଜିଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।