ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ: ଅବସର ନେଲେ ୭ ଦିନର ଅଧ୍ୟକ୍ଷା

ଖୋର୍ଦ୍ଧା ଅଫିସ,୨ା୧: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭ଦିନ ଲାଗି ଅଧ୍ୟକ୍ଷା ଭାବେ ଯୋଗଦେଇଥିବା ଡ.ବିଶ୍ୱମୋହିନୀ ମଙ୍ଗରାଜ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗରାଜଙ୍କୁ ସପ୍ତାହ ବ୍ୟାପୀ କଲେଜ ଅଧ୍ୟକ୍ଷା ଭାବେ ନିଯୁକ୍ତି ପ୍ରଦାନ ସହ ସମସ୍ତ କ୍ଷମତା ପ୍ରଦାନ କରିଥିଲେ। ମଙ୍ଗରାଜଙ୍କ ଦାୟିତ୍ୱଗ୍ରହଣ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ଡିସେମ୍ବର ୨୫ରେ ପ୍ରକାଶ ପାଇଥିଲା। ଦାୟିତ୍ୱ ଗ୍ରହଣ କରିବାର ଚାରିଦିନ ମଧ୍ୟରେ ମଙ୍ଗରାଜ ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଏସନ କାଉନସିଲ(ନାକ୍‌) ଏକ ସେମିନାର ଆୟୋଜନ କରିଥିଲେ। ଏହି ସେମିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କଲେଜ ଡେଭଲପମେଣ୍ଟ କମିଟି ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ, ନିର୍ଦ୍ଦେଶକ କ୍ୱାଲିଟି ଆଶେଷମେଣ୍ଟ ସେଲ ପ୍ରଫେସର ପ୍ରଭାତୀ ମହାପାତ୍ର ପ୍ରମୁଖ ଯୋଗଦେଇ କଲେଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସେମିନାରରେ ବିଭିନ୍ନ ବିଭାଗୀୟ ମୁଖ୍ୟ, ଓ ଅଧ୍ୟାପକମାନେ ଯୋଗଦେଇଥିଲେ। ସ୍ବଳ୍ପ ସମୟରେ କଲେଜର
ଅଧ୍ୟାପକ, କର୍ମଚାରୀଙ୍କ ମଙ୍ଗରାଜ ହୃଦୟ ଜିଣିଛନ୍ତି।

ପ୍ରକାଶ ଯେ, ଉଚ୍ଚଶିକ୍ଷା ବିଭାଗ ରାଜନୀତି ବିଜ୍ଞାନ ମୁଖ୍ୟ ବିଶ୍ୱମୋହିନୀ ମଙ୍ଗରାଜଙ୍କୁ ବରିଷ୍ଠତା ଭିତ୍ତିରେ କଲେଜ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଓ ପରିଚାଳନା କମିଟି ସଭାପତି ତଥା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅନୁମୋଦନକ୍ରମେ ଗତ ସେପ୍ଟେମ୍ବର ୨୮ତାରିଖରେ ବିଶ୍ୱମୋହିନୀ କାର୍ଯ୍ୟରେ ଯୋଗଦାନ କରିଥିଲେ। ଅପରପକ୍ଷରେ ଗତ ଜୁନ୍‌ ମାସରୁ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ.ମନୋରଞ୍ଜନ ସେନାପତି ପଦବୀ ଛାଡ଼ି ନ ଥିଲେ। ମନୋରଞ୍ଜନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଉକ୍ତ ମାମଲାରେ ହାଇକୋର୍ଟ ଜାରି କରିଥିବା ସ୍ଥିତାବସ୍ଥା ବିଶ୍ୱମୋହିନୀଙ୍କ ସପକ୍ଷରେ ରହିଥିଲେ ସୁଦ୍ଧା ପରିଚାଳନା କମିଟି ସଭାପତି ପୁନର୍ବାର ସେନାପତିଙ୍କୁ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ବିଶ୍ୱମୋହିନୀ ପୁଣି ଥରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଡିସେମ୍ବର ୨୧ତାରିଖରେ ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା ଏବଂ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ବିଶ୍ୱମୋହିନୀଙ୍କୁ କଲେଜ ଅଧ୍ୟକ୍ଷା ଭାବେ ତାଙ୍କ ଅବସର ସମୟ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri