ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ: ଅବସର ନେଲେ ୭ ଦିନର ଅଧ୍ୟକ୍ଷା

ଖୋର୍ଦ୍ଧା ଅଫିସ,୨ା୧: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭ଦିନ ଲାଗି ଅଧ୍ୟକ୍ଷା ଭାବେ ଯୋଗଦେଇଥିବା ଡ.ବିଶ୍ୱମୋହିନୀ ମଙ୍ଗରାଜ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗରାଜଙ୍କୁ ସପ୍ତାହ ବ୍ୟାପୀ କଲେଜ ଅଧ୍ୟକ୍ଷା ଭାବେ ନିଯୁକ୍ତି ପ୍ରଦାନ ସହ ସମସ୍ତ କ୍ଷମତା ପ୍ରଦାନ କରିଥିଲେ। ମଙ୍ଗରାଜଙ୍କ ଦାୟିତ୍ୱଗ୍ରହଣ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ଡିସେମ୍ବର ୨୫ରେ ପ୍ରକାଶ ପାଇଥିଲା। ଦାୟିତ୍ୱ ଗ୍ରହଣ କରିବାର ଚାରିଦିନ ମଧ୍ୟରେ ମଙ୍ଗରାଜ ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଏସନ କାଉନସିଲ(ନାକ୍‌) ଏକ ସେମିନାର ଆୟୋଜନ କରିଥିଲେ। ଏହି ସେମିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କଲେଜ ଡେଭଲପମେଣ୍ଟ କମିଟି ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ, ନିର୍ଦ୍ଦେଶକ କ୍ୱାଲିଟି ଆଶେଷମେଣ୍ଟ ସେଲ ପ୍ରଫେସର ପ୍ରଭାତୀ ମହାପାତ୍ର ପ୍ରମୁଖ ଯୋଗଦେଇ କଲେଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସେମିନାରରେ ବିଭିନ୍ନ ବିଭାଗୀୟ ମୁଖ୍ୟ, ଓ ଅଧ୍ୟାପକମାନେ ଯୋଗଦେଇଥିଲେ। ସ୍ବଳ୍ପ ସମୟରେ କଲେଜର
ଅଧ୍ୟାପକ, କର୍ମଚାରୀଙ୍କ ମଙ୍ଗରାଜ ହୃଦୟ ଜିଣିଛନ୍ତି।

ପ୍ରକାଶ ଯେ, ଉଚ୍ଚଶିକ୍ଷା ବିଭାଗ ରାଜନୀତି ବିଜ୍ଞାନ ମୁଖ୍ୟ ବିଶ୍ୱମୋହିନୀ ମଙ୍ଗରାଜଙ୍କୁ ବରିଷ୍ଠତା ଭିତ୍ତିରେ କଲେଜ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଓ ପରିଚାଳନା କମିଟି ସଭାପତି ତଥା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅନୁମୋଦନକ୍ରମେ ଗତ ସେପ୍ଟେମ୍ବର ୨୮ତାରିଖରେ ବିଶ୍ୱମୋହିନୀ କାର୍ଯ୍ୟରେ ଯୋଗଦାନ କରିଥିଲେ। ଅପରପକ୍ଷରେ ଗତ ଜୁନ୍‌ ମାସରୁ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ.ମନୋରଞ୍ଜନ ସେନାପତି ପଦବୀ ଛାଡ଼ି ନ ଥିଲେ। ମନୋରଞ୍ଜନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଉକ୍ତ ମାମଲାରେ ହାଇକୋର୍ଟ ଜାରି କରିଥିବା ସ୍ଥିତାବସ୍ଥା ବିଶ୍ୱମୋହିନୀଙ୍କ ସପକ୍ଷରେ ରହିଥିଲେ ସୁଦ୍ଧା ପରିଚାଳନା କମିଟି ସଭାପତି ପୁନର୍ବାର ସେନାପତିଙ୍କୁ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ବିଶ୍ୱମୋହିନୀ ପୁଣି ଥରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଡିସେମ୍ବର ୨୧ତାରିଖରେ ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା ଏବଂ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ବିଶ୍ୱମୋହିନୀଙ୍କୁ କଲେଜ ଅଧ୍ୟକ୍ଷା ଭାବେ ତାଙ୍କ ଅବସର ସମୟ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri