ବହୁ ବିବାଦ ପରେ ଏକାଠି ହେବେ ଜାପାନ ପ୍ରିନ୍ସେସ୍‌

ଟୋକିଓ,୧।୧୦: ଜାପାନ ପ୍ରିନ୍ସେସ୍‌ ମାକୋ ଓ ତାଙ୍କ ପୂର୍ବତନ କ୍ଲାସ୍‌ମେଟ କେଇ କୋମୁରୋ ଆସନ୍ତା ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇମ୍ପେରିଆଲ ହାଉସ୍‌ ଏଜେନ୍ସି ପକ୍ଷରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି।
ଏହି ଯୋଡ଼ି ଏକ ମ୍ୟୁନିସିପାଲିଟିରେ ସେମାନଙ୍କ ବିବାହ ପଞ୍ଜୀକରଣ କରାଇବେ। ଜାପାନ କ୍ୟାଲେଣ୍ଡର ଅନୁସାରେ ଏହା ଏକ ଶୁଭ ତାରିଖ ବୋଲି କ୍ରାଉନ୍‌ ପ୍ରିନ୍ସ ଆକିଶିନୋଙ୍କ ପରିବାରର ବିବାହ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ କାଚି କାତାହାରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୧୭ରେ ଜାପାନ ସମ୍ରାଟ ନରୁହିତୋଙ୍କ ୨୯ ବର୍ଷୀୟା ଝିଆରି ମାକୋ ଓ ତାଙ୍କ କମାଣ୍ଡର ପ୍ରେମିକଙ୍କ ନିର୍ବନ୍ଧ ହୋଇଥିଲା। ୨୦୧୨ରେ ଟୋକିଓସ୍ଥିତ ଇଣ୍ଟରନ୍ୟାଶନାଲ ଖ୍ରିଷ୍ଟିୟାନ୍‌ ୟୁନିଭର୍ସିଟିରେ ପରସ୍ପରକୁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ରାଜ ପରିବାରର କୌଣସି ସଦସ୍ୟ ସାଧାରଣ ବ୍ୟକ୍ତିଙ୍କୁ ବିବାହ କଲେ ରୟାଲ ମର୍ଯ୍ୟାଦା ଓ ଅଧିକାର ହରାଇଥାଆନ୍ତି। ତେଣୁ ଏହାକୁ ନେଇ ବିବାଦ ଉଠିଥିଲା। ବିବାହ ପରେ ନବଦମ୍ପତି ଆମେରିକାରେ ନୂଆ ଜୀବନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

Share