ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ, ୯ା୪- ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପାଲେସ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ମାସ ୨୧ ତାରିଖରେ ରାଣୀ ଏଲିଜାବେଥ ଦ୍ୱିତୀୟ ୯୫ତମ ଜନ୍ମଦିନ ପାଳିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଶୋକରେ ବୁଡ଼ି ଯାଇଛି ପୂରା ରାଜ ପରିବାର।

ସରକାରୀ ଓ ରାଜକୀୟ ପାଲେସରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇଛି। ୨୦୧୭ରେ ସେ ୯୬ ବର୍ଷ ବୟସରେ ଜନସାଧାରଣଙ୍କ ସେବାରୁ ନିଜକୁ ମୁକ୍ତ କରିଥିଲେ। ଆସନ୍ତା ଜୁନରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥାନ୍ତେ।

Share