କରୋନାକୁ ହରାଇବା ପରେ ଡେଙ୍ଗୁରେ ଆକ୍ରାନ୍ତ ହେଲେ ଏହି ଲୋକପ୍ରିୟ କଳାକାର ଦମ୍ପତି

ରୋଡିଡ୍‌ ଷ୍ଟାର ପ୍ରିନ୍ସ ନରୁଲା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଯୁବିକା ଚୌଧୁରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ବିଗ୍‌ବସ୍‌-୯ର ବିଜେତା ପ୍ରିନ୍ସ ହସ୍ପିଟାଲର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଫଟୋରେ ସେ ଯୁବିକାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳୁଛି। ଏଥିସହ ଡେଙ୍ଗୁ ପୂର୍ବରୁ ସେମାନେ କରୋନାକୁ ହରାଇଥିବା ମଧ୍ୟ ଫଟୋ ଶେୟାର କରିବା ସହ ଲେଖି ଜଣାଇଛନ୍ତି।
କରୋନା ଯୋଗୁ ଇମ୍ୟୁନିଟି କମିଥିବା ପରେ ଉଭୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଅଭିନେତ୍ରୀ ଯୁବିକା କହିଛନ୍ତି। ଇମ୍ୟୁନିଟଇ କମିବା କାରଣରୁ ଉଭୟଙ୍କୁ ପୁଣିଥରେ ଡେଙ୍ଗୁର ଶିବାର ହେବାକୁ ପଡ଼ିଲା। ଭଗବାନ କରନ୍ତୁ ଏଭଳି ଅନ୍ୟ କାହାସହ ନ ହେଉ ବୋଲି ଯୁବିକା କହିଛନ୍ତି।

Share