ଅନ୍ୟକୁ ସାହାଯ୍ୟ କରୁଥିବା ଭାରତକୁ ଏବେ ଆମର ସହାୟତା ଲୋଡା: ପ୍ରିନ୍ସ ଚାଲର୍‌ସ

ଲଣ୍ଡନ,୨୯।୪: ବ୍ରିଟେନର ପ୍ରିନ୍ସ ଅଫ ୱେଲ୍ସର ପ୍ରିନ୍ସ ଚାଲର୍‌ସ ଭାରତରେ କରୋନା ମହାମାରୀରୁ ଆସିଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଭାରତକୁ ସେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ମହାମାରୀ ଏକ ବର୍ଷ ଧରି ସାରା ବିଶ୍ୱରେ ଲୋକଙ୍କୁ ପ୍ରଭାବିତ କରିଛି। ଏହି ସପ୍ତାହ ଭାରତରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ଥିବା ସମୟକୁ ମନେ ପକାଇ ସେ ଲେଖିଛନ୍ତି ଯେ, ଏହି ଦେଶ ପ୍ରତି ତାଙ୍କର ବହୁତ ଭଲପାଇବା ଅଛି ଏବଂ ଯେହେତୁ ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଛି, ତାକୁ ମଧ୍ୟ ସାହାଯ୍ୟ କରାଯିବା ଉଚିତ। ପ୍ରିନ୍ସ ଚାଲର୍‌ସ ଲେଖିଛନ୍ତି, ଭାରତୀୟ ସମ୍ପ୍ରଦାୟର ସାହାଯ୍ୟରେ ବ୍ରିଟିଶ ଏସୀୟ ଟ୍ରଷ୍ଟ ଭାରତ ପାଇଁ ଜରୁରୀକାଳୀନ ସହାୟତା ଆରମ୍ଭ କରିଛି। ଏହାଦ୍ୱାରା ଭାରତରେ ଅଧିକ ଲୋକ ସାହାଯ୍ୟ ପାଇପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share