Categories: ଜାତୀୟ

ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦାଗିଦ୍‌, ନିଜକୁ ପରିବର୍ତ୍ତନ କର…

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଏମ୍‌ପିଙ୍କୁ ତାଗିଦ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି, ନିଜକୁ ପରିବର୍ତ୍ତନ କରନ୍ତୁ, ନଚେତ୍‌ ପରିବର୍ତ୍ତନ ଆସିବ। ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଭଳି ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଭାଜପା ଏମ୍‌ପିମାନଙ୍କୁ ସଂସଦର ଅଧିବେଶନରେ ନିୟମିତ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି। ଏହା ସହିତ କହିଛନ୍ତି ଯଦି ଆପଣ ନିଜକୁ ପରିବର୍ତ୍ତନ ନ କରନ୍ତି ତେବେ ଠିକ ସମୟରେ ପରିବର୍ତ୍ତନ ଆସିବ।
ତେଣୁ ଦୟାକରି ସଂସଦରେ ଉପସ୍ଥିତ ରୁହନ୍ତୁ।

ପିଲାମାନଙ୍କ ପରି ଏହି ବିଷୟରେ କ୍ରମାଗତ ଭାବରେ ଚାପ ପକାଇବା ମୋ ପାଇଁ ଭଲ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଶାସକ ଭାଜପାକୁ ବିରୋଧୀ ଦଳଙ୍କ ବିରୋଧ ସମ୍ମୁଖୀନ ହେବାକୁ ପଡୁଛି। ଏପରିସ୍ଥଳେ କେତେକ ଏମ୍‌ପି ସଂସଦର ଉଭୟ ଗୃହରେ ଉପସ୍ଥିତ ରହୁ ନ ଥିବାରୁ ମୋଦି ଏଭଳି ତାଗିଦ୍‌ କରିଛନ୍ତି।

Share