Categories: ଜାତୀୟ

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକିବା ଷଡ଼ଯନ୍ତ୍ର, ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ,୪।୮: ଦେଶର ସ୍ବାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ବିଚ୍ଛିନ୍ନତାବାଦୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତାକା ଉତ୍ତୋଳନ ନ କରାଇ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଇଣ୍ଟେଲିଜେନ୍ସ ଏଜେନ୍ସି ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଜେନ୍ସି ଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି। ଖାଲିସ୍ତାନୀ ନେତା ଗୁରୁପନଓ୍ବନ୍ତ ସିଂ ପନ୍ନୁ କୃଷକ ଏବଂ ଅନ୍ୟ ସମର୍ଥକଙ୍କୁ ଟ୍ରାକ୍ଟର ଦ୍ୱାରା ଦିଲ୍ଲୀର ରାସ୍ତା ଅବରୋଧ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ଗୁପ୍ତ ସୂଚନା ମିଳିଛି। ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିପାରିବେ ନାହିଁ। ପନ୍ନୁ ପଞ୍ଜାବ, କାଶ୍ମୀର, ଆସାମ ଏବଂ ମହାରାଷ୍ଟ୍ରର ଚାଷୀଙ୍କୁ ତ୍ରିରଙ୍ଗା ଉତ୍ତୋଳନ ନ କରିବାକୁ କହିଥିବା କୁହାଯାଉଛି।
ଅଗଷ୍ଟ ୧୫ରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସୁରକ୍ଷା ଏଜେନ୍ସିଙ୍କୁ ଗୁପ୍ତ ସୂଚନା ମିଳିଛି। ସୁରକ୍ଷା ଏଜେନ୍ସି ଦିଲ୍ଲୀ ପୋଲିସ ଲାଗି ସତର୍କ ସୂଚନା ଜାରି କରିଛନ୍ତି। ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମର ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିବା ଗୁପ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଅଗଷ୍ଟ ୧୫ର ସୁରକ୍ଷା ବ୍ୟବସ୍ଥା ନେଇ ଏକ ବୈଠକ ମଧ୍ୟ କରିଛନ୍ତି। ଆସ୍ଥାନା ଏକ ସଭାରେ ଯୋଗଦେଇ କହିଥିଲେ ଯେ ଗତ ଜାନୁଆରୀ ୨୬ ଭଳି ଘଟଣା ଆଉ ଘଟିବ ନାହିଁ। ଅଗଷ୍ଟ ୧୫ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

Share