Posted inଜାତୀୟ

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକିବା ଷଡ଼ଯନ୍ତ୍ର, ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ,୪।୮: ଦେଶର ସ୍ବାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ବିଚ୍ଛିନ୍ନତାବାଦୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତାକା ଉତ୍ତୋଳନ ନ କରାଇ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଇଣ୍ଟେଲିଜେନ୍ସ ଏଜେନ୍ସି ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଜେନ୍ସି ଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି। ଖାଲିସ୍ତାନୀ ନେତା ଗୁରୁପନଓ୍ବନ୍ତ ସିଂ ପନ୍ନୁ କୃଷକ ଏବଂ ଅନ୍ୟ ସମର୍ଥକଙ୍କୁ ଟ୍ରାକ୍ଟର ଦ୍ୱାରା ଦିଲ୍ଲୀର ରାସ୍ତା ଅବରୋଧ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ଗୁପ୍ତ ସୂଚନା ମିଳିଛି। ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିପାରିବେ ନାହିଁ। ପନ୍ନୁ ପଞ୍ଜାବ, କାଶ୍ମୀର, ଆସାମ ଏବଂ ମହାରାଷ୍ଟ୍ରର ଚାଷୀଙ୍କୁ ତ୍ରିରଙ୍ଗା ଉତ୍ତୋଳନ ନ କରିବାକୁ କହିଥିବା କୁହାଯାଉଛି।
ଅଗଷ୍ଟ ୧୫ରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସୁରକ୍ଷା ଏଜେନ୍ସିଙ୍କୁ ଗୁପ୍ତ ସୂଚନା ମିଳିଛି। ସୁରକ୍ଷା ଏଜେନ୍ସି ଦିଲ୍ଲୀ ପୋଲିସ ଲାଗି ସତର୍କ ସୂଚନା ଜାରି କରିଛନ୍ତି। ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମର ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିବା ଗୁପ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଅଗଷ୍ଟ ୧୫ର ସୁରକ୍ଷା ବ୍ୟବସ୍ଥା ନେଇ ଏକ ବୈଠକ ମଧ୍ୟ କରିଛନ୍ତି। ଆସ୍ଥାନା ଏକ ସଭାରେ ଯୋଗଦେଇ କହିଥିଲେ ଯେ ଗତ ଜାନୁଆରୀ ୨୬ ଭଳି ଘଟଣା ଆଉ ଘଟିବ ନାହିଁ। ଅଗଷ୍ଟ ୧୫ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri