Categories: ଜାତୀୟ

ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ,ଏମଏସଏମଇ ପାଇଁ ନୂଆ ସୁଯୋଗ…

ନୂଆଦିଲ୍ଲୀ, ୩୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବିଜ୍ଞାନ ଭବନରେ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅନ୍ତର୍ଗତ ’ଉଦ୍ୟୋଗୀ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଶଭାରମ୍ଭ କରିଛନ୍ତି। ଥିଲେ। ରାଇଜିଂ ଆଣ୍ଡ ଏକ୍ସଲେଟିଂ ଏମଏସଏମଇ ପରଫର୍ମାନ୍ସ (ଆୀଏଏମପି) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ସହିତ ଅନ୍ୟାନ୍ୟ ସୁବିଧାର ଆରମ୍ଭ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଆର୍ଥିକ ଶୀର୍ଷରେ ପହଞ୍ଚିବାର ସୁଯୋଗ ସୃଷ୍ଟି କରୁଛନ୍ତି। ଏଥିରେ ଦେଶର ସାଧାରଣ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ରପ୍ତାନି ବୃଦ୍ଧି ପାଇଛି, ଭାରତର ଉତ୍ପାଦ ନୂତନ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିଛି। ଏଥିପାଇଁ ଦେଶର ଏମଏସଏମଇ କ୍ଷେତ୍ରକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଛି। ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତର ଅଭିବୃଦ୍ଧି ଯାତ୍ରାର ଏକ ବୃହତ ସ୍ତମ୍ଭ ସଦୃଶ।

ଭାରତର ଅର୍ଥନୀତିର ଏକ ତୃତୀୟାଂଶ ଏମଏସଏମଇ କ୍ଷେତ୍ର ରହିଛି। ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଗତ ଆଠ ବର୍ଷ ମଧ୍ୟରେ ସରକାର ବଜେଟକୁ ୬୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି। ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା ଅଧୀନରେ କେନ୍ଦ୍ର ସରକାର ଏମଏସଏମଇ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ସୁନିଶ୍ଚିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ କେନ୍ଦ୍ର ମନ୍ତ୍ରୀ ଭାନୁ ପ୍ରତାପ ସିଂ ଭର୍ମା ମଧ୍ୟ ଉପସ୍ଥିତ ଥିଲେ।

Share