ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା

ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ମଧ୍ୟ ମୋଦି ବହୁତ ଫୂର୍ତ୍ତି। ଏହାର କାରଣ ତାଙ୍କ ଖାଦ୍ୟପେୟ। ମୋଦି ମାଆଙ୍କ ହାତ ତିଆରି ଖାଦ୍ୟ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ସବୁଦିନେ ମାଆଙ୍କ ହାତରୁ ଖାଦ୍ୟ ଖାଇବା ସମ୍ଭବ ହେଉନାହିଁ। ତେଣୁ ନିଜର୍‌ କୁକ୍‌ ବଦ୍ରୀ ମୀନା ମୋଦିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବଦ୍ରୀ ମୋଦିଙ୍କ ରୁଟିନ୍‌ ଏବଂ ପସନ୍ଦ ଅନୁଯାୟୀ ଖାଇବା ତିଆରି କରିଥାନ୍ତି। ଜାଣନ୍ତୁ ମୋଦିଙ୍କ ଡାଏଟ୍‌ ସମ୍ପର୍କରେ…


ମୋଦିଙ୍କ ପାଇଁ ବଦ୍ରୀ ଦୀର୍ଘ ୨୦ବର୍ଷ ହେଲା ଖାଦ୍ୟ ପ୍ରସ୍ତୁତ କରିଆସୁଛନ୍ତି। ସେ ଖାଲି ମୋଦିଙ୍କ କୁକ୍‌ ନୁହନ୍ତି। ଭଲ ସାଙ୍ଗ ମଧ୍ୟ। ମୋଦି କ’ଣ ଖାଇବେ। ଖାଇବାର ପରିମାଣ କେତେ କେଉଁ ଟାଇମ୍‌ରେ ଖାଇବେ ତା’ର ହିସାବ ରଖିଥାନ୍ତି ବଦ୍ରୀ।


ମୋଦିଙ୍କ ଖାଦ୍ୟ ରୁଟିନ୍‌ ସମ୍ପର୍କରେ ବଦ୍ରୀ କୁହନ୍ତି, ମୋଦିଜୀ ଗୋଟିଏ ସପ୍ତାହରେ ୩ ଦିନ ଖେଚୁଡ଼ି ଖାଇଥାନ୍ତି। ଏଥିସହିତ ଗୁଜୁରାଟି ଖାଦ୍ୟ ତାଙ୍କର ବହୁ ପସନ୍ଦ। ଖେଚୁଡ଼ି ବ୍ୟତୀତ ଇଡ୍‌ଲି, ସମ୍ବର, ଢୋକଲା ଏବଂ ଦୋସା ଖାଦ୍ୟରେ ସାମିଲ କରିଥାନ୍ତି। ଏହି ତିନୋଟି ଖାଦ୍ୟ ମୋଦିଙ୍କର ଖୁବ୍‌ ପସନ୍ଦ। ମୋଦିଙ୍କ କିଚେନ୍‌ରେ ୧୦-୧୨ ଜଣ କର୍ମଚାରୀ କାମ କରୁଛନ୍ତି। ଏହାର ଧ୍ୟାନ ରଖିଥାନ୍ତି ମୋଦି।

କିଚେନର ମୁଖ୍ୟ ହେଉଛନ୍ତି ବଦ୍ରୀ। ସମସ୍ତ କର୍ମଚାରୀ ତାଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି। ବଦ୍ରୀ ସମସ୍ତଙ୍କୁ କାମ ବାଣ୍ଟିଥାନ୍ତି ଏବଂ ଏହାର ଧ୍ୟାନ ମଧ୍ୟ ରଖିଥାନ୍ତି। ବଦ୍ରୀ କୁହନ୍ତି, ସ୍ବାସ୍ଥ୍ୟ ପ୍ରତି ମୋଦି ବହୁତ ସଚେତନ। ଖାଦ୍ୟପେୟ ପ୍ରତି ସେ ବିଶେଷ ଧ୍ୟାନ ଦେଇଥାନ୍ତି। କିଚେନ୍‌ରେ ଖାଦ୍ୟ ଟେଷ୍ଟ କରିବା ସହ ସଫାସୁତରା ପ୍ରତି ମଧ୍ୟ ମୋଦି ନଜର ରଖିଥାନ୍ତି।


ପିଲାଦିନେ ମୋଦି ମାଆଙ୍କ ସହ ମିଶି ରୋଷେଇ କରୁଥିଲେ। ରୋଷେଇ କରିବା ତାଙ୍କର ବହୁତ ପସନ୍ଦ। ବର୍ତ୍ତମାନ ସମୟ ଅଭାବରୁ ରୋଷେଇ କରିପାରୁନାହାନ୍ତି। ୨୦୦୧ରୁ ମୋଦିଙ୍କ ଖାଇବା ପିଇବା କଥା ବଦ୍ରୀ ବୁଝି ଆସୁଛନ୍ତି।

Share