Posted inଜାତୀୟ

ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ…

ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣରେ ବସିଥିଲେ। ପ୍ରହ୍ଲାଦ ମୋଦି ଏବଂ ସଂଗଠନର ଅନ୍ୟ ସଦସ୍ୟମାନେ ଜନ୍ତର ମନ୍ତରରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ।

ପ୍ରହ୍ଲାଦ କହିଛନ୍ତି ଯେ ସଂଗଠନର ଏକ ପ୍ରତିନିଧୀମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ ଏବଂ ଆମର ଦୀର୍ଘ ଦିନର ଦାବିକୁ ତାଲିକାଭୁକ୍ତ କରିବେ। ମୁଦ୍ରାସ୍ଫୀତି ଏବଂ ଦୋକାନ ଚଳାଇବା ଖର୍ଚ୍ଚରେ ଆମର ମାର୍ଜିନକୁ କିଲୋଗ୍ରାମରେ ମାତ୍ର ୨୦ ପଇସା ବୃଦ୍ଧି କରିବା ଏକ ନିଷ୍ଠୁର ଉପହାସ ଭଳି ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଆମର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ।

ସଂଗଠନ ର ଜାତୀୟ ସାଧାରଣ ସମ୍ପାଦକ ବିଶ୍ୱମ୍ବର ବସୁ କହିଛନ୍ତି ଯେ ସେମାନେ ସେମାନଙ୍କର ୯ ସୂତ୍ରୀ ଦାବି ସହ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ। ସେ କହିଛନ୍ତି ଯେ ଆମେ ବୁଧବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଭେଟିବାକୁ ଯୋଜନା କରୁଛୁ। ଚାଉଳ, ଗହମ ଏବଂ ଚିନି ତଥା ଖାଇବା ତେଲ ଏବଂ ଡାଲି ମୂଲ୍ୟରେ ବିକ୍ରି ହେଉଥିବା କ୍ଷତି ପାଇଁ ସଂଗଠନ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି।

ମାଗଣା ବିତରଣର ପଶ୍ଚିମବଙ୍ଗ ରାଶନ ମଡେଲ ସାରା ଦେଶରେ କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ବାସୁ କହିଛନ୍ତି ଯେ ଆମେ ମଧ୍ୟ ଦାବି କରୁଛୁ ଯେ ଖାଇବା ତେଲ, ଡାଲି ଏବଂ ଏଲପିଜି ଗ୍ୟାସ ସିଲିଣ୍ଡର ଉଚିତ ମୂଲ୍ୟ ଦୋକାନ ମାଧ୍ୟମରେ ଯୋଗାଇ ଦିଆଯାଉ। ଗ୍ରାମାଞ୍ଚଳରେ ଉଚିତ ମୂଲ୍ୟ ଦୋକାନର ଡିଲରମାନଙ୍କୁ ଚାଉଳ ଏବଂ ଗହମ ପାଇଁ ପ୍ରତ୍ୟକ୍ଷ କ୍ରୟ ଏଜେଣ୍ଟ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ। ଆମର ଦାବି ମଧ୍ୟ ଟିଏମସି ଏମ୍‌ପି ସୌଗତ ରାୟ ସଂସଦରେ ଉଠାଇଥିଲେ। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri